ବେଗୁନିଆ ବ୍ଲକ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ |

142

କଟକ (ଉତ୍କଳ ନ୍ୟୁଜ ) ୧୭-୦୫-୨୦୨୩ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ବେଗୁନିଆ ବ୍ଲକ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିବା ସହିତ କିଛି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି l କଣ୍ଟାବାଡ ଗ୍ରାମପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଗୋବିନ୍ଦପୁର କଣ୍ଟାବାଡ ମଲିପଦର ରାସ୍ତା ଉନ୍ନତୀକରଣ, ମଲ୍ଲୀପଦର (କାନପୁର) ବନଦୁର୍ଗା ଗୋଷ୍ଟୀ ଗୃହର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି l ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମପଞ୍ଚାୟତରେ କାଚେରା ଗୋଷ୍ଟି ଗୃହ, ମୁକୁନ୍ଦପୁର ଗୋଷ୍ଠୀ ଗୃହ, ବାସୁଦେବପୁରଠାରେ ତ୍ରିନାଥ ଦେବ ଗୋଷ୍ଠୀ ଗୃହ, କେନ୍ଦୁପଲ୍ଲୀ ଗ୍ରାମର ମଝିସାହି ଗୋଷ୍ଠୀ ଗୃହ, କେନ୍ଦୁପଲ୍ଲି ଗ୍ରାମର କେନ୍ଦୁପଲ୍ଲୀ ଅଙ୍ଗନୱାଡି କେନ୍ଦ୍ର - ୨, କେନ୍ଦୁପଲ୍ଲି ଗ୍ରାମର କେନ୍ଦୁପଲ୍ଳୀ ମିନି କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସୁବୁଧି, ଜିଲ୍ଲା ପରିଷଦ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ବିଧାୟକଙ୍କ ପ୍ରତିନିଧି ତଥା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ବେହେରା, ସମିତି ସଭ୍ୟା ମାମା ନାୟକ ଏବଂ କଣ୍ଟାବାଡ଼ ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ଛାମୁଆ କର୍ମୀମାନେ ଉପସ୍ଥିତ ଥିଲେ । ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |