ବୋଡ଼କ ଗ୍ରାମ୍ୟ ଉନ୍ନୟନ ସେକ୍‍ସନ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଥିବା ନେଇ ଅସନ୍ତୋଷ।

146

କଟକ (ଉତ୍କଳ ନ୍ୟୁଜ ) ୧୩-୦୪-୨୦୨୩ : ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ ତିହିଡ଼ି ବ୍ଲକର ବୋଡ଼କ ଗ୍ରାମ୍ୟ ଉନ୍ନୟନ ବିଭାଗ ସେକ୍ସନକୁ ବନ୍ଦ କରିଦିଆଯାଇଥିବା ନେଇ ସାଧାରଣଷର କ୍ଷୋଭ ପ୍ରକାଶ ପାଇଛି । ବୋଡ଼କ ତଥା ଆଖପାଖ ୮ ଗୋଟି ପଞ୍ଚାୟତର ରାସ୍ତାଘାଟର ଉନ୍ନତି ପାଇଁ ସେଠାରେ ୨୦୦୭-୦୮ ମସିହାରେ ଏକ ସେକ୍ସନ ଅଫିସ ନିର୍ମାଣ କରା ଯାଇଥିଲା । ଲକ୍ଷ୍ୟ ଥିଲା ବୋଡ଼କ, ବିଲଣା, ତଳଗୋପବିନ୍ଧା, ବାରୋ, କୁବେରା, କାଁପଡ଼ା, ଗୁଆମାଳ, ଦୋଳସାହି, ପାଳିଆବିନ୍ଧା ଓ ତାଳପଦା ଆଦି ପଞ୍ଚାୟତରେ ଥିବା ଗ୍ରାମ୍ୟ ରାସ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା । ବିଶେଷ କରି ବନ୍ୟା ପ୍ରଭାବିତ ପଞ୍ଚାୟତରେ ଥିବା ରାସ୍ତା ଗୁଡ଼ିକର ତୁରନ୍ତ ମରାମତି କରିବା। ତିହିଡ଼ି ସବଡିଭିଜନ ଅଧୀନରେ ୩ ଗୋଟି ସେକସନ ଅଫିସ ଥିଲେ ମଧ୍ୟ ବୋଡ଼କ ସେକ୍ସନ ଅଫିସ ଅଧୀନରେ ସର୍ବାଧିକ ପଞ୍ଚାୟତ ଓ ସର୍ବାଧିକ ୬୬ କିଲୋମିଟର ଦୈର୍ଘ୍ୟର ମୋଟ ୧୧ ଗୋଟି ରାସ୍ତା ରହିଛି। ସେଥିମଧ୍ୟରୁ ୧୬ କିଲୋମିଟର ୮୦୦ ମିଟର ଦୋଳସାହି କୁବେରା ରାସ୍ତାରୁ ୧୪ କିମି ପୁର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ଆଉ ରହିଛି ୨ କିମି ୮୦୦ ମିଟର ରାସ୍ତା । ସେହିପରି ୨ କିମି ବିଶିଷ୍ଟ ଗୁଆମାଳ -ମୋଡାସାହି ରାସ୍ତା, ୨ କିମି ୫୦୦ ମିଟର ବିଶିଷ୍ଟ ଗାନ୍ଧୀ ନଗର -ବିଲଣା ଭାୟା ମହାଦେବ ଦିହ ରାସ୍ତା, ୭ କିଲୋ ମିଟର ବିଶିଷ୍ଟ ବି ସି ରୋଡ଼ ଠାରୁ ଗୁପ୍ତ ଗଙ୍ଗା ପାଳିଆବିନ୍ଧା ରାସ୍ତା, ୫ କିମି ବିଶିଷ୍ଟ ଗୁପ୍ତ ଗଙ୍ଗା ଭାୟା ରାମାନୁଜ ବିଦ୍ୟା ପୀଠ ଓ ବିରଞ୍ଚି ନାରାୟଣ ରାସ୍ତା, ୫ କିମି ବିଶିଷ୍ଟ ଦେହୁଲା ଭାୟା ଦହପଣିଆ ବାଲି ଠାକୁରାଣୀ ରାସ୍ତା, ୫ କିମି ବିଶିଷ୍ଟ ବିସି ରୋଡ଼ ଠାରୁ ନନ୍ଦପୁର କୁବେର ବିଲଣା ଭାୟା ତାଳପଦା ରାସ୍ତା, ୫ କିମି ବିଶିଷ୍ଟ ବୋଡ଼କ ଠାରୁ ନାକଦଣା ଭାୟା ବଢ଼େଇ ଗଡିଆ ରାସ୍ତା, ୮ କିଲୋମିଟର ବିଶିଷ୍ଟ ତିହିଡି -ବିଲଣା ରାସ୍ତା, ୧୦ କିଲୋମିଟର ବିଶିଷ୍ଟ ଦୋଳସାହି - ଗୁଆମାଳ -ତିହିଡି ରାସ୍ତା, ୧୪ କିଲୋମିଟର ବିଶିଷ୍ଟ ମଙ୍ଗରାଜ ପୁର କାଁପଡା ରାସ୍ତା ରହିଛି । ତେଣୁ ଏହି ସବୁ ରାସ୍ତା ର ସଠିକ ରକ୍ଷଣା ବେକ୍ଷଣ ଓ ତ୍ୱରିତ ମରାମତି ପାଇଁ ବୋଡ଼କ ଠାରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ଥାୟୀ ଅଫିସ ଗୃହ ୨୦୧୫ ମସିହା ରେ ନିର୍ମାଣ ହେଲା । ହେଲେ ସେ ଅଫିସ ରେ ଆଜି ପର୍ଯ୍ୟନ୍ତ ବୋର୍ଡ ଟିଏ ଲାଗିଲା ନାହିଁ କି ଚେୟାର ଟେବୁଲ ଟିଏ ମଧ୍ୟ ପଡିଲା ନାହିଁ । ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ମାନେ ମଧ୍ୟ ଏଠାରେ କେବେ ଦିନେ ଅଫିସ ମଧ୍ୟ କରିବାକୁ ସାମାନ୍ୟ ଆଗ୍ରହ ମଧ୍ୟ କରି ନାହାନ୍ତି । ଅପରପକ୍ଷରେ ବର୍ଷ କୁ ବର୍ଷ ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଏହି ସବୁ ରାସ୍ତାରେ ଖର୍ଚ୍ଚ ହେଉ ଥିଲେ ମଧ୍ୟ ତଦାରଖ କରିବାକୁ କନିଷ୍ଟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ କେହି ଆସନ୍ତି ନାହିଁ । ଫଳରେ ମରାମତି କାର୍ଯ୍ୟ ଠିକ ଭାବେ ହୋଇ ପରେ ନାହଁ । ତେଣୁ ରାସ୍ତା ଅବସ୍ଥା ବେହେଲା ହୋଇଯାଏ । ନିର୍ମିତ ସେକସନ ଅଫିସଟି ଭାଙ୍ଗିରୁଜି ଯିବା ଆରମ୍ଭ କଲାଣି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ସବୁ ଅଂଚଳ ରେ ଲୋକ ମାନଙ୍କ ଗମନା ଗମନ ର ଅଧିକ ସୁବିଧା ପାଇଁ ୮ କୋଟି ୭୫ ଲକ୍ଷ ଟଙ୍କା ବେୟ ଅଟକଳ ରେ ଆଉ ୪ ଟି ନୂଆ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ର ରାସ୍ତା ନିର୍ମାଣ କରୁଛନ୍ତି । ସେଥିରେ ରହିଛି ୧ କୋଟି ୬୦ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ ଅଟକଳରେ ୩ କିମି ୫୦୦ ମିଟର ବିଶିଷ୍ଟ ଦୋଳସାହି -ଓରାଳି ଭାୟା ଅଣ୍ଡାରାଇ ବୋଡ଼କ ରାସ୍ତା, ୩ କୋଟି ୩ ଲକ୍ଷ ୨୨ ହଜାର ଟଙ୍କା ବ୍ୟୟ ଅଟକଳରେ ୬ କିମି ୩୦୦ ମିଟର ବିଶିଷ୍ଟ ଇଟାଗଡି ଠାରୁ ଗୁଡ଼ୁପାଳ ଛକ ଭାୟା ଜୟପୁର ଆରସା ରାସ୍ତା, ୨ କୋଟି ୨୫ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ ଅଟକଳ ରେ ୪ କିମି ୭୫୦ ମିଟର ବିଶିଷ୍ଟ ଦେଉଳା ଠାରୁ ଚକରାସାହି ଭାୟା ଦହପାଣିଆ ଗୁଡ଼ୁପାଳ ରାସ୍ତା, ୧ କୋଟି ୮୫ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ଅଟକଳରେ ୩ କିମି ୯୨୦ ମିଟର ବିଶିଷ୍ଟ ଖରଦାପାଟଣା ଠାରୁ ନାକଦଣା ଭାୟା ନୋନ୍ଦର ବୋଡ଼କ ବଢ଼େଇ ଗଡିଆ ରାସ୍ତା। ଏପରି ସ୍ଥଳରେ ତିହିଡ଼ି ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେକସନ ଅଫିସକୁ ପୂନର୍ବାର କାର୍ଯ୍ୟକାରୀ କରାଯାଉ ବୋଲି ଦାବି ହୋଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।