ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର,।

135

କଟକ (ଉତ୍କଳ ନ୍ୟୁଜ ) ୧୩-୦୫-୨୦୨୩ : ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଯାଇଥବା ବେଳ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ , କୋକସରା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଗ୍ରାମର କ୍ଷିତିଶ ରାଉତ ଓ କାଉଡୋଲା ଗ୍ରାମର ବିଶାଳ ସରାବୁ ଭବାନୀପାଟଣା ଅଭିମୁଖେ ଯାଉଥଲେ ।

ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାଭାଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ କ୍ଷିତିଶ ରାଉତ ଅରଫ ଖୁସି ଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶାଳ ସରାବୁ ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ମୃତ ଶବ ଜବତ କରିଥିବାବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ପୋଲିସ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l