ଗତିକୃଷ୍ଣ ଗ୍ରୀନ୍‌ରେ ଶ୍ରମିକ ଦିବସ ପାଳିତ।

374

କଟକ (ଉତ୍କଳ ନ୍ୟୁଜ ) ୧୧-୦୫-୨୦୨୩ : ଗତିକୃଷ୍ଣ ନାଗରିକ ରଙ୍ଗବଜାରସ୍ଥିତ ଗ୍ରୀନ୍‌ର ବରିଷ୍ଠ ଫୋରମ୍ ଦ୍ବାରା ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ଶ୍ରମିକମାନଙ୍କର ସମାଜ ପ୍ରତି ଅବଦାନ, କର୍ତ୍ତବ୍ୟ ନିଷ୍ଠା, ଏବଂ ନିସ୍ବାର୍ଥପର ସେବା କିଭଳି ଭାବେ ଏକ ଆଧୁନିକ ସଭ୍ୟତାର ପରିପ୍ରକାଶ କରିପାରିଛି ତାହା ଉପରେ ଆଲୋକପାତ କରା ଯାଇଥିଲା । ସୋସାଇଟ୍‌ର ପ୍ରସନ୍ନ କୁମାର ସାହୁ, ପ୍ରେମ୍‌ଜିତ ମହାନ୍ତି, ପୂର୍ବତନ ବିଧାୟକ ରଥ ଦାସ ଏବଂ ଅଜୟ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତରେ ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ଏଥିରେ ଗତିକୃଷ୍ଣ ଗ୍ରୀନ୍‌ର ସୁଇପର, ସିକ୍ୟୁରିଟି ଏବଂ ଉଦ୍ୟାନର କାର୍ଯ୍ୟରତ ମାଳିମାନଙ୍କୁ ପୁରସ୍କୃତ ସହ ମିଷ୍ଠିନ ବଣ୍ଟନ କରା ଯାଇଥିଲା। ବରିଷ୍ଠ ନାଗରିକ ପ୍ରସନ୍ନ କୁମାର ସାହୁ ଉକ୍ତ ସଭାରେ ନିଜର ମନ୍ତବ୍ୟ ଏବଂ ଅନୁଭୁତି ଆଲୋଚନା କରିବା ସହ ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ। ଉକ୍ତ ଦିବସରେ ଗତିକୃଷ୍ଣ ଗ୍ରୀନ୍‌ର ଅନ୍ୟାନ୍ୟ ବରିଷ୍ଠ ନାଗଣିକ ଏମ୍.ପି.କେ ଚୌଧୁରୀ, ସୋମନାଥ ପାତ୍ର, ଅମିତାଭ ଗାଙ୍ଗୁଲି, ସୁକାନ୍ତ ସାହୁ ଏବଂ ଶରତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଗତିକୃଷ୍ଣ ଗ୍ରୀନ୍ ସୋସାଇଟ୍ ତରଫରୁ ବରିଷ୍ଠ ନାଗରିକ ପ୍ରସନ୍ନ କୁମାର ସାହୁଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ପୂର୍ବତନ ବିଧାୟକ ଶ୍ରୀ ଦାସ ସମ୍ମାନିତ କରିଥିଲେ। ଶେଷରେ ପ୍ରେମଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟିରୋ ରିପୋର୍ଟ  ।