ପୂର୍ବତନ ବିଧାୟକ୍ ସ୍ବର୍ଗତ ମହେଶ୍ଵର ବରାଡ଼ ଙ୍କ ଧର୍ମ ପତ୍ନୀ ଙ୍କ ପରଲୋକ।

77

କଟକ (ଉତ୍କଳ ନ୍ୟୁଜ ) ୧୦-୦୫-୨୦୨୩: ଜୁନାଗଡ ର ପୂର୍ବତନ ବିଧାୟକ ସ୍ଵର୍ଗତ ମହେଶ୍ଵର ବରାଡ଼ ଙ୍କ ଧର୍ମ ପତ୍ନୀ ପାର୍ବତୀ ବରାଡ଼ ଙ୍କ ନିଜସ୍ଵ ବାସ ଭବନରେ ପରଲୋକ ହୋଇଯାଇଛି l ସେ ଦୀର୍ଘ ଦିନ ରୁ ଶଯ୍ୟାଶାୟୀ ଥିଲେ l ମୃତ୍ୟୁ ବେଳ କୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା lମୃତୁ ଶଯ୍ୟାରେ ତାଙ୍କର ୪ ଝିଅ ଓ ୩ ପୁଅ ଉପସ୍ଥିତ ରହି ଥିଲେ। ସେ ପୂର୍ବତନ ଏନ୍ ଏ ସି ଅଧକ୍ଷ ସୁଧାଂଶୁ ବରାଡ଼ ଓ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ମାତୃ ଅଟନ୍ତି l ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ତାଙ୍କ ବିୟୋଗ ରେ ଜୁନାଗଡ ସହର ତଥା ଜିଲ୍ଲା ଓ ପରିଚିତ ମହଲ ରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମୃତ୍ୟୁ ଖବର ପାଇ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କବାସଭବନକୁ ଆସି ତାଙ୍କ ପାର୍ଥିବ ଶରୀର କୁ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତାଙ୍କ ଶବl ଧାରରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ,ପ୍ରଶାନ୍ତ ନାଏକ, ସାମ୍ବାଦିକ ସଂଘ ରୁ ନରେନ୍ଦ୍ର କ୍ଷିତି , ରବି ଶଙ୍କର ସୁନାନୀ, , ଖଗେଶ୍ଵର ଧାଙ୍ଗଡାମାଝି, ଆଦିତ୍ୟ ପ୍ରସାଦ ମହାନ୍ତି,ବିଭୁ ପ୍ରସାଦ ପାଢ଼ୀ, ଧର୍ମଗଡ଼ ରୁ ଇଙ୍ଗିତ ପଣ୍ଡା, ବିରଞ୍ଚି ଜାଲ,ଅଂଶୁମାନ ପାତ୍ର ଓକିଲ ସଂଘ ରୁ ଅଶୋକ ପାତ୍ର, ବାଳକୃଷ୍ଣ ଆଚାରୀ, ଦିପେନ୍ ସାହୁ ପ୍ରମୂଖ ଉପସ୍ଥିତ ରହି ଥିଲେ ।ସ୍ଥାନୀୟ ହାତୀନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ବଡ଼ପୁଅ ବିଘ୍ନରାଜ ବରାଡ଼ ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ,ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୁର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ,ପୂର୍ବତନ ଜୁନାଗଡ଼ ନଗରପାଳ ଲୟନ ମଣିକଚାନ୍ଦ ଅଗ୍ରୱାଲ,କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ,ବେଦପ୍ରକାଶ ଗୋଏଲ,ପ୍ରଭାତ ଦାସ , ଈଶ୍ୱର ପୂଝାରୀ , ସମାଜସେବୀ ଦୁର୍ଗା ନାଏକ ,ରଶ୍ମି ନାୟକ, ସ୍ବେଚ୍ଛାସେବୀ ଅଶୋକ ପଟ୍ଟନାୟକ , ଦାମୋଦର ବେହେରା, ବିରଞ୍ଚି ପଣ୍ଡା, ସରୋଜ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l