ରାଜୁ ସେନାର ରକ୍ତଦାନ ଶିବିର , ୫୬ ୟୁନିଟ ରକ୍ତ ସଂଗ୍ରହ |

230

କଟକ (ଉତ୍କଳ ନ୍ୟୁଜ ) ୦୮-୦୫-୨୦୨୩ : ରାଜୁ ସେନା ତରଫରୁ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ଅଲିନଗର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ଜନ୍ମଦିବସ ଅବସରରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ଅଚକ ପଞ୍ଚାୟତ ସମିତି ସଭ୍ୟା ମାଧବୀଲତା ଭୋଇ ଓ ଅଚକ ପଞ୍ଚାୟତ ସରପଞ୍ଚ ପ୍ରେମଲତା ବିଶ୍ୱାଳ ମିଳିତ ଭାବେ ଫିତାକାଟି ଉଦ୍‍ଘାଟନ କରିଥିଲେ । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏହି ଅବସରରେ ରକ୍ତଦାନ ମହାପୂଣ୍ୟ ହୋଇଥିବାରୁ ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଳିଆବିନ୍ଧା ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ, ପାଳିଆବିନ୍ଧା ସରପଞ୍ଚ ପ୍ରତିନିଧି ଅମିୟ ରଂଜନ ମଲିକ, ମହରମପୁର ସରପଞ୍ଚ ଧର୍ମାନନ୍ଦ ବେହେରା, ଗଣେଶ ପ୍ରସାଦ ବିଶ୍ୱାଳ, ପ୍ରଶାନ୍ତ ପଲେଇ, ସରୋଜ ଦାସ, ଯୁବନେତା ସଂଗ୍ରାମ କେଶରୀ ଦାସ, ରତିକାନ୍ତ ମଲିକ, ଅମର ସେନାପତି ପ୍ରମୁଖ ବହୁ ବ୍ୟକ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |