ତିହିଡି ମହାବିଦ୍ୟାଳୟର ୧୯୯୯ ବ୍ୟାଚର ବନ୍ଧୁମିଳନ।

375

କଟକ (ଉତ୍କଳ ନ୍ୟୁଜ) ୦୮-୦୫-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ମହାବିଦ୍ୟାଳୟର ୧୯୯୯ ବ୍ୟାଚର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ବେଶ ଉତ୍ସାହିତ ସହିତ ପୁରୁଣା ସ୍ମୃତି ଫେରି ପାଇଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ କମଳାକାନ୍ତ ଲେଙ୍କା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି ଗୁରୁ ଶିଷ୍ୟଙ୍କ ଅଭୁଲା ମୁହୂର୍ତ୍ତ କାର୍ଯ୍ୟକ୍ରମରେ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ବିଶ୍ୱୋଜିତ୍ ଧଳ, ଯୁକ୍ତତିନି କଲେଜର ଅଧକ୍ଷ ଦେବେନ୍ଦ୍ର ସାମଲ, ବରେଣ୍ୟ ଅତିଥି ଗୁରୁଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ତ୍ରିପାଠୀ, ଅଶୋକ କୁମାର ସାହୁ, ଜିତେନ୍ ରାୟବାହାଦୁର ମହାପାତ୍ର, ନାରାୟଣ ପୃଷ୍ଟି, ରମେଶ ପ୍ରତାପ, ଦୀନବନ୍ଧୁ ଗାହାଣ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶିର୍ବାଦ ପ୍ରଦାନ ସହିତ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସର ରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବା ସହିତ ସମସ୍ତ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |