କଖଡି ଗ୍ରାମପଞ୍ଚାୟତ ରେ ଆଇନ ସହାୟତା ଶିବିର ଅନୁଷ୍ଠିତ |

87

କଟକ (ଉତ୍କଳ ନ୍ୟୁଜ ) ୦୮-୦୫-୨୦୨୩: କଖଡି ଗ୍ରାମପଞ୍ଚାୟତ ଦ୍ଵାରା କଖଡି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ କଖଡି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ କଳ୍ପନା ଛତାର ଙ୍କ ଅଧ୍ୟକ୍ଷତାରେ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଆଇନ ସହାୟତା ଶିବିରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ତଥା କଟକ ରୋଟାରୀ କେନ୍ଦ୍ରର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ , ସମ୍ମାନିତ ଅତିଥିଭାବେ ଆଠଗଡ ବାର କାଉନସିଲ ପୂର୍ବତନ ସଭାପତି ତଥା ଆଇନଜୀବୀ ଶ୍ରୀଯୁକ୍ତ ସତ୍ୟନ କୁମାର ପଣ୍ଡା ଏବଂ ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ ଉପସ୍ଥିତ ରହି ପଞ୍ଚାୟତର ଅଭିଯୋଗକାରୀ ଙ୍କୁ ଆଇନ ର ସହାୟତା କରିଥିଲେ। ଏହି ଶିବିରରେ ମୁଖ୍ୟ ୧୦ ପାରିବାରିକ କଳହ , ଜମିବାଡ଼ି ଏବଂ ପୁଅ ବୋହୂ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆଇନ ଅନୁସାରେ ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ପଞ୍ଚାୟତର ବରିଷ୍ଠ ମୂରବୀ ଭୀମସେନ ବେହେରା , କଖଡି ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଛତାର , ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର କୁମାର ସାହୁ , ନୀଳମଣି ବାରିକ , ଗଙ୍ଗାଧର ବେହେରା , ବିଷ୍ଣୁ ଚରଣ ମହାରଣା , ସୁରେନ୍ଦ୍ର ନାଥ ମହାନ୍ତି , ପବିତ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ୟାର ସମାଧାନ କରିଥିଲେ । କଖଡି ସରପଞ୍ଚଙ୍କ ଏପରି ନୂତନ ଭାବରେ ସମସ୍ୟାର ସମାଧାନ କରିଥିବାରୁ ନଦୀକୂଳ ଅଞ୍ଚଳରେ ପ୍ରଶଂସା ର ସୁଅ ଛୁଟିଛି ।