ଲେବୁଲ ଥ୍ରୀ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ।

624

କଟକ (ଉତ୍କଳ ନ୍ୟୁଜ ) ୦୬-୦୫-୨୦୨୩ :ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଲେବୁଲ ଥ୍ରୀ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଲେବୁଲ ଥ୍ରୀ ପଦୋନ୍ନତିରେ ଗତ ସପ୍ତାହରେ ଏହି ବ୍ଲକର ୫୮ ଜଣ ଏମଇ ସ୍କୁଲରେ ନିଯୁକ୍ତି ପାଇଥିବା ବେଳେ ୬ ଜଣ ପଦୋନ୍ନତି ହୋଇ ପ୍ରାଇମେରୀ ସ୍କୁଲରେ ନିଯୁକ୍ତ ହୋଇଠନ୍ତି। ମାତ୍ର ୫୮ ଜଣ ମଧ୍ଯରୁ ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଶିକ୍ଷକ ଲେବୁଲ ଥ୍ରୀ ପାଇଁ ଯୋଗ୍ଯ ଥିବାବେଳେ ବିଏ ପାଶ କରିବା ଏବଂ ପୂର୍ବଯୁ ସବଜେକ୍ଟ ଟିଚରଭାବେ ନିଯୁକ୍ତ ହୋଇନଥିବା ତଥା ଅଭିଜ୍ଞତା ହାସଲ ନକରି ତାଙ୍କୁ ଏମଇ ସ୍କୁଲରେ ନିଯୁକ୍ତି ପ୍ରଦାନ କରାଯିବା ନେଇ ଅଭିଯୋଗ ହୋଇଛି। ଏନେଇ ସୂଚନା ଅଧିକାର କର୍ମୀ ବିଜୟିନୀ ମହାରଣା ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ବିଭାଗୀୟ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ସଂପୃକ୍ତ ଶିକ୍ଷକଙ୍କ ବିଏ ପାଶ ସାର୍ଟିଫିକେଟ, ଚାକିରୀ ସମୟରେ ବିଏ ପଢିବା ଲାଗି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ, ତାଙ୍କ ସାରଭିସ ବୁକର ପ୍ରଥମରୁ ଲେବୁଲ ଥ୍ରୀ ପର୍ଯ୍ୟନ୍ତ ପଦୋନ୍ନତି ଓ ପଦୋନ୍ନତି ପାଇଁ ସରକାରଙ୍କ ଚିଠି ସମ୍ପର୍କିତ ସମସ୍ତ ତଥ୍ଯ ହାସଲ ପାଇଁ ତିହିଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ଜଣା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।