ଲକ୍ଷ୍ମୀନାରାୟଣଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ।

130

କଟକ (ଉତ୍କଳ ନ୍ୟୁଜ ) ୦୬-୦୫-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ନୂଆପାଟଣାସ୍ଥିତ ଲକ୍ଷ୍ମୀନାରାୟଣଙ୍କର ଉନବିଂଶତମ ବିଗ୍ରହ ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ରାତ୍ରିରେ ଉଦଯାପିତ ହୋଇ ଯାଇଛି । ଶ୍ରଦ୍ଧାଳୁମାନେ ଏକ ବିଶାଳ ପଟୁଆରରେ ବାହାରି ମାନପଣ୍ଡା ପୋଖରୀରେ ଜଳାଭିଶେକ କରିଥିଲେ । ଏହି ଅବସରରେ ବିଶ୍ୱଶାନ୍ତ ମହାଯଜ୍ଞ ମଧ୍ୟ ଆରମ୍ଭ ହୋଇଥିଲା । ଦୈନିକ ସାଂସ୍କୃତିକ କାର୍ଯ୍ୟସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପୀଠରେ ଚନ୍ଦନ ଯାତ୍ରା ପ୍ରସିଦ୍ଧି ଲାଭ କରିଛି ଓ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ହୋଇଥାନ୍ତି । ଏହି ପୀଠ ଶହେବର୍ଷରୁ ଅଧିକ ପୁରାତନ ଓ ଏଠାରେ ଲକ୍ଷ୍ମୀନାରାୟଣ ଓ ସରସ୍ୱତୀ ସାଙ୍ଗରେ ପୂଜା ପାଆନ୍ତି । ମନ୍ଦିର ପୂଜକ ରଘୁନାଥ ପାଣିଙ୍କ ସମେତ ବେଦ ପଣ୍ଡିତ ପ୍ରସନ୍ନ କର, ସଦାନନ୍ଦ ପାଣି, ନିରଞ୍ଜନ ପାଣି, ସୁଶାନ୍ତ କର, କ୍ଷୀରୋଦ ତ୍ରିପାଠୀ, ସେବାୟତ ଚିତ୍ତରଂଜନ ବାରିକ ପ୍ରମୁଖ ପୂଜାର୍ଚ୍ଚନାରେ ନିୟୋଜିତ ଥିଲେ । କର୍ତ୍ତାଭାବେ ପ୍ରଦୀପ ଦାସ, ମନ୍ଦିର କମିଟିର ସଭାପତି କପିଳେନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଭ୍ରମରବର ଦାସ, ଜଗବନ୍ଧୁ ଦାସ, ରବୀନ୍ଦ୍ର ଲେଙ୍କା, କାଳିନ୍ଦୀ ଦାସ, ନନ୍ଦକିଶୋର ବାରିକ, ସୁଧାକର ଜେନା, ମନୋଜ ସାହୁ, ଘନଶ୍ୟାମ ଦାସ ଓ ରାଧାଶ୍ୟାମ ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।