ଓଷ୍ଟା ପକ୍ଷରୁ ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

179

କଟକ (ଉତ୍କଳ ନ୍ୟୁଜ ) ୦୪-୦୫-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅବସରପ୍ରାପ୍ତ ଶିକ୍ଷାଧିକାରୀ (ବିଇଓ) ମଧୁସୂଦନ ସେଣ୍ଢଙ୍କୁ ତିହିଡ଼ି ବ୍ଲକ ଓଷ୍ଟା ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ଏହି ଅବସରରେ ଓଷ୍ଟାର ବ୍ଲକ ସଭାପତି ସମରେନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଷେଣ୍ଢଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସଂଘର କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିଥିଲେ । ଓଷ୍ଟାର ବ୍ଲକ ସମ୍ପାଦକ ବିଶ୍ୱନାଥ ପଣ୍ଡା, ଉପସଭାପତି ବିଷ୍ଣୁ ଚରଣ ନାୟକ, ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ଲକ୍ଷ୍ମୀଧର ପତି, ରମାକାନ୍ତ ବେହେରା, ପ୍ରଦୀପ କୁମାର ବାରିକ, କୃତ୍ତିବାସ ଜେନା, ଭରତ ପାଲ, ଧର୍ମେନ୍ଦ୍ର ସେଠୀ, ରବିନ୍ଦ୍ର ପରିଆରୀ, ପ୍ରଶାନ୍ତ ମହାରଣା, ପ୍ରକାଶ ଚନ୍ଦ୍ର ପତ୍ରୀ, ଜୟନ୍ତ କୁମାର ବାରିକ, ରମେଶ ଚନ୍ଦ୍ର ବେହେରା, ନିରୁପମା ନାୟକ, ପ୍ରଶାନ୍ତ ମହାନ୍ତି, ଜନ୍ମେଜୟ ମିଶ୍ର, ଶ୍ରୀକାନ୍ତ ମଲ୍ଲିକ, ବିଜୟ କୁମାର ଖୁଣ୍ଟିଆ, କିଶୋର କୁମାର ବାରିକ, କାହ୍ନୁ ଚରଣ ଦାସ, କୃପାସିନ୍ଧୁ ନାୟକ, ବାସୁଦେବ ରଣା ଓ ବଂଶୀଧର ଲେଙ୍କା, ଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକ, ପ୍ରଶାନ୍ତ କୁମାର ମିଶ୍ର, ସନ୍ତୋଷ କୁମାର ପଣ୍ଡା, ପ୍ରଭାତ କୁମାର ଜେନା, ଗିରିଜା ରମଣ ଜେନା, କୃତିବାସ ଜେନା, ଜତୀନ୍ଦ୍ର ମିଶ୍ର, ବିପ୍ଳବ କୁମାର ପହି, ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।