ଧାମରାରେ ଶିଳ୍ପ ପାର୍କ ପାଇଁ ପ୍ରଥମ ଜନ ଶୁଣାଣି।

128

କଟକ (ଉତ୍କଳ ନ୍ୟୁଜ) ୦୪-୦୫-୨୦୨୩: ଭଦ୍ରକ ଜିଲ୍ଲା ଧାମରାରେ ଏକ ଶିଳ୍ପ ପାର୍କ ପାଈଁ ପ୍ରଥମ ଜନ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ କାର୍ତିକ ମଣ୍ଡଳ, ଉପଜିଲ୍ଲାପାଳ ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ଏନ ସି ଡି ଏସର ପ୍ରଫୁଲ୍ଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଜନଶୁଣାଣିର ପ୍ରଥମ ଦିନରେ ୩୦ ଜଣ ଜମି ହରାଇଥିବା ବ୍ୟକ୍ତି ବିଶେଷଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ଅଂଚଳରେ ଜମିହରାଉ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନିଯୁକ୍ତି ଓ ଥଇଥାନକୁ ସରକାର ପ୍ରାଧାନ୍ୟ ଦେବାକୁ ଦାବୀ ଉପସ୍ଥାପନା କରିଥିଲେ।ଏହି ଜନଶୁଣାଣୀରେ ୩୦ ପରିବାର ଜମି ହରାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣ ଉପସ୍ଥିତ ରହି ସରକାରଙ୍କ ସହ ସହମତି ପ୍ରଦାନ କରିଥିଲେ। ଫଳରେ ଆଗାମୀ ଦିନରେ ଧାମରା ଅଂଚଳରେ ଶିଳ୍ପ ପାର୍କ ସ୍ଥାପନ ହୋଇ ପାରିବ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜନଶୁଣାଣିର ଭିଡ଼ିଓ ରେକର୍ଡିଙ୍ଗ ରାଜ୍ୟ ସରକାରଙ୍କୁ ପଠାଯିବ ଏବଂ ପରେ ଜମି ଅଧି ଗ୍ରହଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |