ରାମନାରାୟଣ ଉଚ୍ଚ ବିଦ୍ୟାଳୟ ୧୯୮୪ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ।

207

କଟକ (ଉତ୍କଳ ନ୍ୟୁଜ ) ୦୩-୦୫-୨୦୨୩: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ରାମନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୮୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପୁରାତନ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତଃ ମୃତ୍ୟୁଞ୍ଜୟ ନାରାୟଣ ପ୍ରହରାଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ରୁଦ୍ରାଂଶ ଗୌରବ ଓ ସମୀକ୍ଷା ଓଝା ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ପୁରୁଣା ସ୍ମୃତି ରୋମନ୍ଥନ କରିବା ସହ ବିଦ୍ୟାଳୟର ସହାୟତା ପାଇଁ ଏକ ଜରୁରୀ ସହାୟତା ପାଣ୍ଠି ଗଠନ କରା ଯାଇଥିଲା ଓ ସହାୟତା ମଧ୍ୟ ପ୍ରଦାନ କରା ଯାଇଛି । ସେହିପରି ପ୍ରତିଭାମାନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲିପ ଓଝା, ଆଶୀଷ ନାୟକ, ବିଶ୍ୱଜିତ ବେହେରା, ରାଜକିଶୋର ବଳ, ଶ୍ରଦ୍ଧାଞ୍ଜଳି ସାହାଣୀ, ରଘୁନାଥ ମହାନ୍ତି, ଭାଗିରଥି ଦାସ, ଜ୍ୟୋତ୍ସ୍ନା ପାଢ଼ୀ, ଶକୁନ୍ତଳା ସେନାପତି ପ୍ରମୁଖ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |