ତିହିଡ଼ିର ବିଭିନ୍ନ ସ୍ଥାନରେ ମଇ ଦିବସ ପାଳନ।

157

କଟକ (ଉତ୍କଳ ନ୍ୟୁଜ ) ୦୩-୦୫-୨୦୨୩: ସିପିଆଇ (ଏମ)ର ଆଞ୍ଚଳିକ କମିଟି ତରଫରୁ ଭଦ୍ରକ ଜିଲ୍ଲା ତିହିଡ଼ିରେ ମଇ ଦିବସ ପାଳିତ ହୋଇ ଯାଇଛି । ସମ୍ପାଦକ ବିଷ୍ଣୁ ଚରଣ ଦାଶଙ୍କ ନେତୃତ୍ୱରେ ପତାକା ଉତ୍ତୋଳନ କରାଯାଇଥିଲା । ସତ୍ୟବ୍ରତ କୁଣ୍ଡ, ନିର୍ମଳ ଦଳାଇ, ମାୟାଧର ଦାସ, ସତ୍ୟଜିତ କୁଣ୍ଡ, ଗଜେନ୍ଦ୍ର ବେହେରା, ମୁକ୍ତିକାନ୍ତ ଭୋଳ, ଅର୍ଜୁନ ବଳ, ଭାଗବତ ସେନାପତି, ରବୀନ୍ଦ୍ର ମୁଦୁଲି, ଅଶୋକ ମୁଦୁଲି, ଦିଲିପ ନାଥ ଓ ଗୟାଧର ସେଠୀ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଏକ ପଥପ୍ରାନ୍ତ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରମଜୀବୀମାନେ ଦେହରୁ ଶ୍ରମ ନିଗାଡ଼ି ପେଟ ପୋଷନ୍ତି । ମାତ୍ର ଠିକ ଭାବେ ପ୍ରାପ୍ୟ ମିଳେ ନାହିଁ । ଶ୍ରମିକଙ୍କ ଖଣଟି କିପରି ବଢ଼ିବ ତାହାହିଁ ପ୍ରଚଳିତ ବ୍ୟବସ୍ଥାର ଏକମାତ୍ର ଲକ୍ଷ୍ୟ । ମୋଦି ସରକାର ୪୪ ଶ୍ରମ ଆଇନ ବଦଳାଇ ୪ଟି ଶ୍ରମକୋର୍ଡ଼ କରିଛନ୍ତି ଯାହାକି ଶ୍ରମିକଙ୍କ ସ୍ୱାର୍ଥର ପରିପନ୍ଥି ବୋଲି କୁହା ଯାଇଥିଲା। ସେହିପରି ତିହିଡ଼ି ବ୍ଲକ ଅଧୀନ କାଁପଡ଼ାରେ ମଧ୍ୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । କୃଷ୍ଣଚନ୍ଦ୍ର ମଳିକ ପତାକା ଉତ୍ତୋଳନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଜ୍ୟୋତିର୍ମୟ ମଳିକ, ଅଜୟ ମଳିକ, ବାବୁରାମ ମଳିକ, ଶ୍ରୀକାନ୍ତ ପଣ୍ଡା, ବଜୟ କୁମାର ଭୋଇ, ନିରାକାର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ବ୍ଲକ ଅଧୀନ ବାରୋରେ ମଧ୍ୟ ମଇ ଦିବସ ବର୍ଷିଆନ ବାମପନ୍ଥୀ ନେତା ନାରାୟଣ ଦାସଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି । ବାଦଲ ଦାସ, କନକଲତା ଦାସ, ମୋହନ ମହାଳିକ, ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନୂଆନନ୍ଦ ପଞ୍ଚାୟତରେ ମଇ ଦିବସ ପାଳିତ ହୋଇଥିଲା । ପିତାମ୍ବର ମଳିକ, ଗଣେଶ ମୁଦୁଲି, ରାମଚନ୍ଦ୍ର ମହାଳିକ, ଦିବାକର ମହାଳିକ, ଅନନ୍ଦ ଯେନା, ଶ୍ରୀଧର ଯେନା, ଜଗବନ୍ଧୁ ମଳିକ, ସୁବାସ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।