ଜିଲ୍ଲା ସ୍ତରୀୟ ବିଶ୍ବ ଶ୍ରମିକ ଦିବସ ପାଳିତ।

165

କଟକ (ଉତ୍କଳ ନ୍ୟୁଜ ) ୦୨-୦୫-୨୦୨୩: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ଵ ଶ୍ରମିକ ଦିବସ ପାଳନ କରା ଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲା ସଦର ମହକୁମା ସହିଦ ସ୍ମୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ଵ ଶ୍ରମିକ ଦିବସ ପାଳନ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ସମସ୍ଯା ସହିତ ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା ନେଇ ବିଶେଷ ଆଲୋଚନା ହୋଇଥିଲା। ଏଥିସହ ମୃତ, ଆହତ ଏବଂ ଅନ୍ୟ ଯୋଗ୍ୟ ଶ୍ରମିକ ତଥା ଶ୍ରମିକଙ୍କ ପରିବାର ତଥା ହିତାଧିକାରୀ ମାନଙ୍କୁ ସେମାନଙ୍କ ବୀମା ରାଶି ବାବଦରେ ସହାୟତା ପ୍ରଦାନ କରା ଯାଇଥିଲା। ତେବେ ୧୮୮୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ହେ ମାର୍କେଟ ଠାରେ ବିଶ୍ବ ଶ୍ରମଜୀବୀ ଶ୍ରେଣୀମାନେ ବିଶ୍ଵ ପୁଞ୍ଜିପତି ଶ୍ରେଣୀ ଲୋକଙ୍କ ବିରୁଦ୍ଧରେ ଲଢେଇ କରି ବିଜୟ ଲାଭ କରିଥିଲା । ହେଲେ ଏଥି ପୂର୍ବରୁ ପୁଞ୍ଜିପତି ଶ୍ରେଣୀ ଲୋକ ମାନଙ୍କ ବନ୍ଧୁକ ମୁନରେ ରକ୍ତ ରଂଜିତ ହୋଇଥିବା ଶ୍ରମିକ ଶ୍ରେଣୀର ରକ୍ତରେ ବିଜୟ ଲାଭ କରିଥିବା ଶ୍ରମିକ ଶ୍ରେଣି ଲୋକ ମାନେ ସେମାନଙ୍କ ମୁଣ୍ଡରେ ବାନ୍ଧି ଥିବା ଧଳା ଗାମୁଛା ଗୁଡିକୁ ମଇ ମାସ 1 ତାରିଖ ଦିନ ବୁଡାଇ ସେମାନଙ୍କ ସ୍ୱାଭିମାନ ର ସୂଚକ ଭାବେ ଐତିହାସିକ ଲାଲ ଝଣ୍ଡାକୁ ଜନ୍ମ ଦେଇଥିଲେ ଶ୍ରମ ଜୀବୀ ମାନେ। ଏଥିସହ ସେହିଦିନ ଠାରୁ ବିଶ୍ବ ବ୍ୟାପି ଶ୍ରମିକ ଶ୍ରେଣୀ ମଇ ମାସ 1 ତାରିଖ ଦିନ ପାଳନ କରୁଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ଯାହାକୁ ମାନେ ପକାଇ ରାଷ୍ଟ୍ର ତଥା ସମଗ୍ର ବିଶ୍ଵର ବିଭିନ୍ନ କ୍ଷେତ୍ରରେ ଶ୍ରମିକ ମାନଙ୍କ ତ୍ୟାଗ ଏବଂ ନିଷ୍ଠା ଅତୁଳନୀୟ ବୋଲି ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ତେଣୁ ସମସ୍ତ କାର୍ଯ୍ୟକ୍ରମ ରେ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ସ୍ଵାର୍ଥ ରକ୍ଷା ଦିଗରେ ମଧ୍ୟ ଆଲୋଚନା କରିଥିଲେ ବକ୍ତା ମାନେ। ଏହି ଆନ୍ତର୍ଜାତିକ ଶ୍ରମିକ ଦିବସରେ ଶ୍ରମିକ ଶ୍ରେଣୀ ୫ ଘଣ୍ଟା କାମ କରିବାର ଅଧିକାର ପାଇଥିଲା । ସମ୍ପ୍ରତି ଦେଶର ଅର୍ଥନୈତିକ ବୈଷମ୍ୟତା ବିରୁଦ୍ଧରେ ଓ ଶ୍ରମିକଙ୍କ ଅଧିକାର, ଆମ ଦେଶର ଏକତା, ଭାଇଚାରା, ଅଖଣ୍ଡତା , ଗଣତନ୍ତ୍ର ଓ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଏହି ଐତିହାସିକ ମେ ପହିଲାରେ ଶ୍ରମିକମାନେ ଶପଥ ନେଇଥିଲେ। ଦେଶର ପ୍ରଗତି ପାଇଁ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ ପାଇଛି। ଏଥିସହ ଅନୁଷ୍ଠିତ ଏହି ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ବ ଶ୍ରମିକ ଦିବସ ପାଳନ ଅବସରରେ ବହୁ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରା ଯାଇଛି। ସୂଚନା ଅନୁଯାୟୀ,ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ସମୁଦାୟ ୭୨୪ ଜଣ ହିତାଧିକାରୀ ମାନଙ୍କୁ ସମୁଦାୟ ୨ କୋଟି ୩୦ ଲକ୍ଷ ୯୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ସମୁଦାୟ ୬୭ ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଏଥି ମଧ୍ୟରେ ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଜରିଆରେ ଶିକ୍ଷା ପାଇଁ ୪୮୭ ହିତାଧିକରୀ ମାନଙ୍କୁ ୪୫ ଲକ୍ଷ ୭୩ ହଜାର ଟଙ୍କା, ବିବାହ ପାଇଁ ୧୪୬ ଜଣଙ୍କୁ ୬୭ ଲକ୍ଷ ୫୦ ହଜାର, ମୃତ୍ୟୁ କ୍ଷତିପୂରଣ ବାବଦ ୫୮ ଜଣଙ୍କୁ ୧ କୋଟି ୧୩ ଲକ୍ଷ, ଶବ ସଂସ୍କାର ପାଇଁ ୧୦ ଜଣଙ୍କୁ ୫୦ ହଜାର ମାତୃତ୍ଵ ପାଇଁ ୧୩ ଜଣଙ୍କୁ ୧ ଲକ୍ଷ ୧୮ ହଜାର, ସମୁଦାୟ ୭୧୪ ଜଣ ହିତାଧିକାରୀଙ୍କୁ ୨ କୋଟି ୧୭ ଲକ୍ଷ ୯୧ ହଜାର ଟଙ୍କା ପ୍ରଦାନ କରାଯାଇଛି ଏବଂ ୫୯ ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରା ଯାଇଛି। ସେହିପରି ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ୧୩ ଜଣ ହିଧାଧ୍ୟାକାରୀଙ୍କୁ ମୃତ୍ୟୁ ଜନିତ ସହାୟତା ପାଇଁ ୧ ଲକ୍ଷ ଲେଖାଏଁ ସମୁଦାୟ ୧୩ ଜଣଙ୍କୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏବଂ ୧୭ ଜଣଙ୍କୁ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |