ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଉଦଯାପିତ ଶେଷ ହୋଇଛି।

67

କଟକ (ଉତ୍କଳ ନ୍ୟୁଜ ) ୦୨-୦୫-୨୦୨୩ : ହଜାର ହଜାର ମହିଳାଙ୍କ ଦ୍ଵାରା ଘଟମୟ ହୋଇଛି ପୁରା ବ୍ରହ୍ମପୁର।ସୋମବାର ରାତି ୧୨ ଟାରେ ବାପାଘର ଅସ୍ଥାୟୀ ମଣ୍ଡପ ଛାଡ଼ିଥିଲେ ମା । ଭୋର ୩ଟା ସମୟରେ ମା ଶାଶୂଘର ମୁଖ୍ୟ ମନ୍ଦିର ପହଞ୍ଚିଛନ୍ତି।ମୁଖ୍ୟ ଘଟ ସମେତ ୮ ପାର୍ଶ୍ୱ ଘଟ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟ ମନ୍ଦିର ଆସିଥିବା ବେଳେ ବିଭିନ୍ନ ସାହିରୁ ହଜାର ହଜାର ଘଟକୁ ମାନସିକ ଧାରୀ ମହିଳାମାନେ ମୁଣ୍ଡରେ ଧରି ମା ଙ୍କ ସହ ଆସିଛନ୍ତି। ଏହି ଘଟଗୁଡ଼ିକୁ ପରମ୍ପରା ଅନୁଯାୟୀ ମୁଖ୍ୟ ମନ୍ଦିରରେ ବିସର୍ଜନ କାର୍ଯ୍ୟକ୍ରମ ଜାରି ରହିଛି।ଶାଶୂଘରୁ ଆନୁଷ୍ଠାନିକ ଭାବେ ଠାକୁରାଣୀଙ୍କ ବାପା ଦେଶୀ ବେହେରାଙ୍କ ନିକଟକୁ ଯାଇ ଠାକୁରାଣୀଙ୍କୁ ଶାଶୂଘର ଫେରାଇ ଦେବାକୁ ଅନୁରୋଧ କରିଥିଲେ।ଏହାପରେ ମା ଶାଶୂଘର ଫେରଛନ୍ତି।ଅସ୍ଥାୟୀମଣ୍ଡପରୁ ବାହାରି ମା ପ୍ରଥମେ ମହୁରୀ ରାଜବାଟି ଯାଇଥିଲେ।ସେଠାରୁ ବ୍ରହ୍ମପୁର ଏକାଧିକ ସାହି ଦେଇ ମୁଖ୍ୟ ମନ୍ଦିରରେ ପହଞ୍ଚିଛନ୍ତି। ୨୮ ଦିନ ରହଣି ସମୟରେ ମା ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ପୀଠରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିଲେ। ମା ବାପଘରୁ ଫେରୁଥିବାବେଳେ ଲକ୍ଷ୍ୟ ଲକ୍ଷ ଭକ୍ତ ସହ ପୁରା ବ୍ରହ୍ମପୁର ଭାବବିହ୍ଵଳ ହୋଇପଡିଥିଲା।

ଜଉରା ସାହିରେ ମାଉସୀଙ୍କ ଘରେ ମା ପୁଣି କାକରା ଓ ପୋଡ଼ ପିଠା ଖାଇଥିଲେ।ବାପଘରୁ ଝିଅ ଯେହେତୁ ଶାଶୂଘରକୁ ଫେରୁଛନ୍ତି।ତେଣୁ ବାପଘର ପକ୍ଷରୁ ମା ଙ୍କ ମେଲାଣି ଭାର ଦିଆଯାଇଛି।ମା’ଙ୍କ ଲେଉଟାଣୀ ବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏହାସହ ବର୍ତ୍ତମାନ ମଧ୍ୟ ହଜାର ହଜାର ମାନସିକଧାରୀ ମହିଳାଙ୍କ ଘଟ ବିସର୍ଜନ ଜାରି ରହିଛି | ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |