ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ଓ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ସ୍ଥିତି ବିରୋଧରେ ଏବିଭିପିର ବିକ୍ଷୋଭ।

176

କଟକ (ଉତ୍କଳ ନ୍ୟୁଜ ) ୨୮-୦୪-୨୦୨୩ : ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ଓ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳା ସ୍ଥିତି ବିରୋଧରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ। ରାଜ୍ୟରେ ଭୁଶୁଡି ଯାଇଥିବା ଶିକ୍ଷାସ୍ଥିତି ଓ ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲା ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିମନ୍ତେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷିରେ ଅଖିଳ ଭାରତୀୟ ଓଡ଼ିଶାରେ ଯେଉଁଭଳି ଭାବେ ଓଏସଏସସି ପରୀକ୍ଷାରେ ପ୍ରଶ୍ନପତ୍ର ରେ ତ୍ରୁଟି ଏବଂ ବାତିଲ କରିବା, ସେହିପରି ମେଟ୍ରିକ ପରୀକ୍ଷାରେ ୧୫ ହଜାରୁ ଉର୍ଦ୍ଧ ପିଲାମାନେ ପରୀକ୍ଷା ଦେବାରୁ ବଞ୍ଜିତ ହେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବୀ ଖାଲି ପଡିବା, ଭୁବେନେଶ୍ୱରର ଥିବା ମହର୍ଷି କଲେଜ ଓ ବିଜେପି କଲେଜରେ ଯେଉଁଭଳି ଅଣଛାତ୍ର ମାନେ ପ୍ରବେଶ କରି ଛାତ୍ର ମାନଙ୍କୁ ଆକ୍ରମଣ କରିବା ଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ଓ ଦୟନୀୟ ଆଇନ ଶୃଙ୍ଖଳାକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ବିଭିନ୍ନ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହି ଘଟଣାରେ ତୁରନ୍ତ ସମାଧାନ କରା ନଗଲେ ହଜାର ହଜାର ଛାତ୍ରଛାତ୍ରୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |