ମୃତ ଚାଷୀଙ୍କ ପରିବାରକୁ ବୀମାରାଶି ପ୍ରଦାନ।

190

କଟକ (ଉତ୍କଳ ନ୍ୟୁଜ ) ୨୭-୦୪-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ସେବା ସମବାୟ ସମିତିରେ ମୃତ ଚାଷୀଙ୍କ ପରିବାରକୁ ବୀମାରାଶି ପ୍ରଦାନ କରାଯାଇଛି । ସଭାପତି ସୀମାରାଣୀ ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ସମିତି ପରିସରରେ ଅନୁଷ୍ଠିତ ହୋଇଥିଲା । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସାମନ୍ତରାୟପୁର ଗ୍ରାମର ଚାଷୀ ସ୍ୱର୍ଗତଃ ପ୍ରତାପ ମଲିକଙ୍କ ପତ୍ନି ପ୍ରଭାଞ୍ଜଳି ମଲିକଙ୍କୁ ୫ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରାଯାଇଥିଲା । ସମ୍ପାଦକ ମନୋରଂଜନ ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ, ତିହିଡ଼ି ଶାଖାର ପରିଚାଳକ ସୁଶାନ୍ତ କୁମାର ପୁହାଣ, ଜାମଯୋଡ଼ି ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ପୂର୍ବତନ ସରପଞ୍ଚ ସନାତନ ବାରିକ, ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ବୀମା ଯୋଜନାର ସୁଫଳ ବିଷୟରେ କହିବା ସହ ଚାରିତରଫ ସମିତିକୁ ଅଧିକ ମଜଭୁତ କରିବା ପାଇଁ ସମସ୍ତଙ୍କର ଉଦ୍ୟମ ଲୋଡ଼ା ବୋଲି କହିଥିଲେ । ଉପସଭାପତି ବସନ୍ତ କୁମାର ନାୟକ, ପୂର୍ବତନ ସମ୍ପାଦକ ଚିତ୍ତରଂଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ବୋର୍ଡ଼ ସଭ୍ୟ ଭାସ୍କର ମହାକୁଡ଼, ବିଚିତ୍ର ବଳ, ସୁବାସ ସେଠୀ, ଭରତ ପଣ୍ଡା, ଅଭୟ ଦାସ, ପ୍ରହ୍ଲାଦ ମହାକୁଡ଼, ସନାତନ ସ୍ୱାଇଁ, ମହେଶ୍ୱର ପଣ୍ଡା, ଶରତ ତ୍ରିପାଠୀ, ପ୍ରଫୁଲ ସ୍ୱାଇଁ, ସମ୍ପାଦକ ନିମାଇଁ ଚରଣ ନାଥ, କର୍ମଚାରୀ ସାଇରାମ ନାୟକ, କରୁଣାକର ବଳ, ରାମକୃଷ୍ଣ ସୁଆର ପ୍ରମୁଖ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |