ମହାନଦୀବିହାର ଜଳବନ୍ଦି ସମସ୍ୟାର ସ୍ଥାୟୀ ସମାଧାନ ।।

91

କଟକ (ଉତ୍କଳ ନ୍ୟୁଜ ) ୨୫-୦୪-୨୦୨୩ : ବର୍ଷା ଦିନ ଆସିଲେ ସାଧାରଣତଃ ମହାନଦୀବିହାର ତଥା ପୂର୍ବାଞ୍ଚଳ ବାସିନ୍ଦାଙ୍କ ଦୁଃଖ କହିଲେ ନସରେ । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ୪୭ନଂ ୱାର୍ଡର ଶେଷ ସୀମା ତଥା ୪୬ନଂ ୱାର୍ଡ ଠାରୁ ୪୩ନଂ ୱାର୍ଡ ଆନନ୍ଦ ବିହାର କଲଭର୍ଟ ପର୍ଯ୍ୟନ୍ତ ବକ୍ସ ଡ୍ରେନ ସହିତ କଭର ସ୍ଲାବର ନିର୍ମାଣ ପାଇଁ ସିଏମସି ପକ୍ଷରୁ ୧ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭିତି ପ୍ରସ୍ତର ସ୍ଥାପନା ପାଇଁ ଶିଳାନ୍ୟାସ ହୋଇଯାଇଛି । ଏହି ଶିଲାନ୍ୟାସ ଉତ୍ସବରେ ଏମଡିଏ ସଭାପତି ରବୀନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀଙ୍କ ସଂଯୋଜନାରେ ସିଏମସି ମେୟର ସୁବାସ ସିଂହଙ୍କ ପୌରହିତ୍ୱରେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଏବଂ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ୫୦ ବର୍ଷ ଧରି ଅଞ୍ଚଳର ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଗତ ପୌର ନିର୍ବାଚନରେ କର୍ପୋରେଟର ପାର୍ଥୀ ହୋଇଥିବା ଇଂ ଘଡାଇ ଅଞ୍ଚଳ ବାସୀଙ୍କୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଜି ଏହା ପୂରଣ ହୋଇଥିବାରୁ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ବିଧାୟକ ସୌଭିକ ବିଶ୍ଵାଳ, ମେୟର ସୁବାସ ସିଂହ ତଥା କମିଶନର ନିଖିଲ ପବନ କଲ୍ୟାଣଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ୱାର୍ଡ ବାସୀଙ୍କ ସେବାରେ ମୁଁ ସଦା ସର୍ବଦା ପ୍ରସ୍ତୁତ ଅଛି ବୋଲି କର୍ପୋରେଟର ଇଂ ଘଡାଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କର୍ପୋରେଟର ତାପସ ରଂଜନ ସାମନ୍ତ ରାୟ, ଅରବିନ୍ଦ ଜେନା, ନଗର କମିଟିର ତାପସ ମହାନ୍ତି, ରାଜେନ୍ଦ୍ର ରଣା, ୱାର୍ଡ ସଭାପତି ଇଂ ରମେଶ ରାଉତ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ରବି ନାରାୟଣ ମହାନ୍ତି, ଏମଡିଏର ପୂର୍ବତନ ସଭାପତି ଇଂ ଗୋପାଳ କୃଷ୍ଣ ବେହେରା, ମହାନଦୀ ବିହାର ପେନସନ ଆସୋସିଏସନର ସଭାପତି ଶଶି ଭୂଷଣ ମହାନ୍ତି, ତଥା ସମସ୍ତ ସଦସ୍ୟ, ଏମଡିଏର ଉପସଭାପତି ବିଚିତ୍ରାନନ୍ଦ ପଣ୍ଡା, ସହ ସମସ୍ତ ସଦସ୍ଯ, ସିଏମସିର ସିଟି ଇଞ୍ଜିନିୟର ଅତନୁ ସାମନ୍ତ, ସହକାରୀ ଯନ୍ତ୍ରୀ ଆଦିତ୍ୟ ମିଶ୍ରଙ୍କ ସମେତ ଏହି ଉତ୍ସବରେ ଏକ ହାଜରରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିବା ବେଳେ ବିଜେଡି ବରିଷ୍ଠ ନେତା ତଥା ଏମଡିଏର ସଦସ୍ୟ ସଞ୍ଜୟ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ । କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ  ଉତ୍କଳ  ନ୍ୟୁଜ  ।