ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

133

। କଟକ (ଉତ୍କଳ ନ୍ୟୁଜ) ୨୪-୦୪-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧିନ ରାଜନଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟ ଓ କୃଷକ ଦିବସ ପାଳିତ ହୋଇ ଯାଇଛି । କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ଉତ୍ତମ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୯ ନମ୍ବର ଜିଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ ଅକ୍ଷିମୁଠି ଅନୁକୂଳ କରିଥିଲେ । ରାଜନଗର ସରପଞ୍ଚ ଗୌରୀମଣି ପାଣିଗ୍ରାହୀ, ସମିତି ସଭ୍ୟ ଦେବେନ୍ଦ୍ର ବାରିକ, ଯାମଜୋଡ଼ି ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ ଅତିଥିଭାବେ ଯୋଗ ଦେଇଥିବା ବେଳେ ବ୍ଳକ କୃଷି ଅଧିକାରୀ ରଘୁନାଥ ପତି, ବିଟିଏମ ରଣଜିତ କୁମାର ସାହୁ, କୃଷି ଅଧିଦର୍ଶକ ଶିବପ୍ରସାଦ ନାୟକ, ଏଟିଏମ ଅନୁରାଗ ନାୟକ, ଗିରିଜା ଶଙ୍କର ରାୟ ଚୌଧୁରୀ, ମିଳନ କୁମାର ଦାସ ପ୍ରମୁଖ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକର ବିଭିନ୍ନ ଅଞ୍ଚଳରୁ ଅକ୍ଷୟ କୁମାର ନାୟକ, ଶ୍ରୀଧର ନାୟକ, ଆନନ୍ଦ ପାଣିଗ୍ରାହୀ ପ୍ରମୁଖ ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗ୍ରାମ୍ୟ କୃଷି କର୍ମଚାରୀ ସନ୍ତୋଷ କୁମାର ମହାନ୍ତି, ସୁଜାତା ମହାନ୍ତି, ସୁନାରାମ ସିଂ, ଏସ.କେ. ସରଫୁଦିନ, ସ୍ନେହଲତା ବାରିକ, ଗୀତାଞ୍ଜଳି ବେହେରା, ବିଦ୍ୟାଧର ବେହେରା, ତ୍ରିନାଥ ଭୋଇ, ରବୀନ୍ଦ୍ର ମୁମାର ଦାସ ପ୍ରମୁଖ ଗ୍ରାମ୍ୟ କୃଷି କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।