ଶ୍ରୀସତ୍ୟସାଇ ସେବା ସଙ୍ଗଠନର ରକ୍ତଦାନ ଶିବିର।

162

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୩ : ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ଦିବସ ଅବସରରେ ଶ୍ରୀସତ୍ୟସାଇ ସେବା ସମିତି, ତିହିଡ଼ି ଆନୁକୂଲ୍ୟରେ ପୀରହାଟ ଶ୍ରୀସତ୍ୟସାଇ ମନ୍ଦିର ଠାରେ ‘ଅମୃତବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆବାହକ ଲକ୍ଷ୍ମୀଧର ବଳଙ୍କ ତତ୍ତ୍ୱାବଧାନରେ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ସ୍ଥିତ ଶ୍ରୀସତ୍ୟସାଇ ବିଦ୍ୟାବିହାର ସମ୍ପାଦକ ପାର୍ଥସାରଥି ନାୟକ, ଏହି ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ବ୍ଲଡ ବ୍ୟାଙ୍କର ଡାକ୍ତର ଗୁରୁଚରଣ ସାହୁ, ଟେକ୍ନିସିଆନର ରବୀନ୍ଦ୍ର ଜେନା, ବିଶ୍ୱଭାରତୀ ମଲିକ, ରୂପକ ସେନାପତି, ବଳରାମ ପୁହାଣ, ଶାଇପ୍ରକାଶ ବେହେରା ପ୍ରମୁଖ ରକ୍ତସଂଗ୍ରହ କରିଥିଲେ । ପୀରହାଟ ଭଜନ ମଣ୍ଡଳୀର ସଭ୍ୟ ସୌମେନ୍ଦ୍ର ବଳ, କ୍ଷେତ୍ରବାସୀ ଦାସ, ରତ୍ନାକର ସାହୁ, ରଞ୍ଜୁଲତା ଗାହାଣ, ଦିଲିପ ମହାନ୍ତି, ବାବାଜୀ ମହାକୁଡ଼, ସୁରେନ୍ଦ୍ର ବଳ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।