ଅକ୍ଷୟ ତୃତୀୟା ରେ କୃଷକ ଦିବସ ପାଳିତ |

71

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୩ : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡା ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକ ଦିବସ ପାଳିତ ହୋଇଯାଇଛି ।ବ୍ଲକ କୃଷି ଅଧିକାରୀ ରଞ୍ଜନ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅକ୍ଷୟ ତୃତୀୟା ର ମହତ୍ଵ ଓ ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ଆତ୍ମାର ଅଧକ୍ଷ ଅଶୋକ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ଏବଂ ଅଞ୍ଚଳର ଅନେକ ଚାଷୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କଳାହାଣ୍ଡି ରୁ ରବି ଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |