ମା ଜାଡିଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ।

168

କଟକ (ଉତ୍କଳ ନ୍ୟୁଜ ) ୨୪-୦୪-୨୦୨୩: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସିନ୍ଦୋଳ ପଞ୍ଚାୟତ ସିନ୍ଦୋଳ ମଲ୍ଲିକସାହିରେ ମା ଜାଡ଼ିଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶନିବାର ଶୁଭାଧିବାସ କରାଯାଇ ରବିବାର ସକାଳ ୮ଘଟିକାରେ କଳସ ଶୋଭାଯାତ୍ରା ଏବଂ ୧୦ଘଟିକାରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସହ ଯଜ୍ଞାରମ୍ଭ, ଚଣ୍ଡିପାଠ ଏବଂ ସନ୍ଧ୍ୟା ୭ ଘଟିକାରେ ପୂର୍ଣ୍ଣାହୂତି ସମ୍ପନ୍ନ ହୋଇ ଯାଇଛି । ଏହି ସାର୍ବଜନୀନ ମା’ ଜାଡ଼ିଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶହ ଶହ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମସ୍ତେ ପ୍ରସାଦ ସେବନ କରିଥିବା ଜଣା ଯାଇଛି । ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ସମିତିସଭ୍ୟ ନକୁଳ ଚନ୍ଦ୍ର ବାରିକ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, କଂଗ୍ରେସ ନେତା ଅଶୋକ ଦାସ ଓ ସରୋଜ କୁମାର ଦାସ ପ୍ରମୁଖ ବିଭିନ୍ନ ବର୍ଗର ଲୋକେ ଆତିଥ୍ୟ ଗ୍ରହଣ କରିଥିଲେ । କର୍ତ୍ତା ଭାବେ ବଳରାମ ମଲ୍ଲିକ ଓ ଦୈତାରୀ ନାୟକ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ପୂଜକ କିଶୋର ପଣ୍ଡାଙ୍କ ସମେତ ୫ଜଣ ବେଦପଣ୍ଡିତ ଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ସନ୍ତୋଷ ମଲ୍ଲିକ, ବାଙ୍କବିହାରୀ ମଲ୍ଲିକ, ଜଗନ୍ନାଥ ନାୟକ, ଉମାକାନ୍ତ ନାୟକ, ଚକ୍ରଧର ନାୟକ, ସୁରେନ୍ଦ୍ର ନାୟକ, ହରିହର ସେନାପତି, ମୀନକେତନ ସେନାପତି, ଦାମୋଦର ସେନାପତି, ରବିନ୍ଦ୍ର ସେନାପତି, ନାରଣ ଚନ୍ଦ୍ର ନାୟକ, ଅଶୋକ ନାୟକ, ବୈକୁଣ୍ଠ ନାୟକ, ବଂଶୀଧର ଦାସ, ମୂରଲୀଧର ଦାସ, ପ୍ରସନ୍ନ ମଲ୍ଲିକ, ପ୍ରଭାତ ମଲ୍ଲିକ, ଦଶରଥ ଦାସ, ବିଜୟ ଦାସ, ଶଶଧର ମଲ୍ଲିକ ଓ ରମାକାନ୍ତ ମଲ୍ଲିକଙ୍କ ସମେତ ଗ୍ରାମବାସୀ ଓ ଯୁବଗୋଷ୍ଠୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏଠାରେ ସୂଚନା ଥାଉକି ମା’ ଜାଡ଼ିଠାକୁରାଣୀଙ୍କ ନୂତନ ମନ୍ଦିର ସ୍ଥାପନ ନିମନ୍ତେ ଗ୍ରାମବାସୀ ଉଦ୍ୟମ ଆରମ୍ଭ କରିଥିଲେ । ଗ୍ରାମବାସୀମାନେତ ନିଜ ନିଜର ସାମର୍ଥ୍ୟ ଅନୁସାରେ ଆର୍ଥିକ ସହଯୋଗ କରି ମନ୍ଦିର ପ୍ରତିଷ୍ଠା କରିଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |