ଖୋର୍ଦ୍ଧା ରେ "ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର " ଉଦ୍ଘାଟନ |

94

କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୩ : ଖୋର୍ଦ୍ଧା ର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ ର ଏକ ନୂଆ କେନ୍ଦ୍ର "ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର " ଉଦ୍ଘାଟନ କରିଛନ୍ତି | ଏହାଦ୍ୱାରା ରାଜ୍ୟ ର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଂଚାର ହୋଇଛି | ଜୟପୁର ଫୁଟ ର କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଜରିଆ ରେ ସେମାନେ ହୋଇପାରିବେ ସକ୍ଷମ | ପ୍ରତିଷ୍ଠାତା ପଦ୍ମଭୂଷଣ ଡ଼ଃ ଡି. ଆର ମେହେଟ୍ଟା ଙ୍କ ଦ୍ୱାରା ୧୯୭୫ ମସିହା ରେ ଜୟପୁର ଫୁଟ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା | ଏହାର ନାମ ହେଉଛି ଭଗବାନ ମହାବୀର ବିକଳାଙ୍ଗ ସେନା ସମିତି | ଏବେ ଜୟପୁର ଫୁଟ ସେଣ୍ଟର ଭାବେ ଏହା ଦେଶ ବିଦେଶ ରେ ସୁନାମ ଅର୍ଜନ କରିଛି | ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଂଗପ୍ରତେଙ୍ଗ ଯୋଗାଣ କ୍ଷେତ୍ର ରେ ଏହା ବିଶ୍ୱ ର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବି ରେ ସୁନାମ ଅର୍ଜନ କରିଛି | ସାରା ବିଶ୍ୱ ର ୨୧ ଲକ୍ଷ ଭିନ୍ନକ୍ଷମ ଙ୍କୁ ଆହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି | ଏହି ଅବସରରେ ଉପସ୍ଥିତ ଜନସଧାରଣ ଙ୍କୁ ଅଵଧାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ନୂଆ କେନ୍ଦ୍ର ର ସହଯୋଗ ରେ ଖୁବଶୀଘ୍ର ଓଡିଶା ର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବା ରଲକ୍ଷ ରହଛି | ଭିନ୍ନକ୍ଷମଂ ମାନେ ସମାଜ ର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତ ଙ୍କ ଦାୟିତ୍ୱ | ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ | ଏହି ଅବସରରେ ଜୟପୁର ଫୁଟ କେନ୍ଦ୍ର ର ପ୍ରତିଷ୍ଠାତା ଡ଼ଃ ମେହେଟ୍ଟା ଙ୍କ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଲକ୍ଷ ଲକ୍ଷ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଆଶୀର୍ବାଦ ସ୍ୱରୂପ ହୋଇପାରିଛନ୍ତି | ସମାଜ ପ୍ରତି ତାଣ୍କ ର ପ୍ରତିବଦ୍ଧତା ସମସ୍ତ ଙ୍କ ପ୍ରେରଣା | ଓଡିଶା ରେ ଏହି ଅଭିଯାନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |