ତିହିଡି ସିଆରଏସ ହାଇସ୍କୁଲର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ।

210

କଟକ(ଉତ୍କଳ ନିଉଜ)୧୯/0୪/୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ିସ୍ଥିତ ଚନ୍ଦ୍ର ଶେଖର ରତ୍ନାକର ସହଯୋଗ ଉଚ୍ଚ ବିଦ୍ୟାଳୟ ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ରଙ୍କ ଆବାହତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର କେତେକ ପୁରାତନ ଛାତ୍ର ବୈଠକରେ ମିଳିତ ହୋଇ ଏହି ଉତ୍ସବକୁ ବେଶ ସମାରୋହରେ ପାଳନ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ୧୯୪୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଯେତେ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ସେମାନଙ୍କୁ ଏଥିରେ ସାମିଲ କିପରି କରାଯିବ ଓ ଏଥିପାଇଁ କ’ଣ ରୋଡ଼ ମ୍ୟାପ ହେବା ଦରକାର ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବିଦ୍ୟାଳୟର ଏକ ନିଜସ୍ୱ ୱେବସାଇଟ ନିର୍ମାଣ କରିବା ପାଇଁ ମଧ୍ୟ ଆଲୋଚନା ହୋଇ ପୁରାତନ ଛାତ୍ର ଅମୂଲ୍ୟ ସେନାପତି, କୈଳାଶ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ବିହାରୀ ସାହୁଙ୍କ ଉପରେ ଏହି ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ପାଢ଼ୀ, ସୋମନାଥ ପାଢ଼ୀ, ନିତ୍ୟାନନ୍ଦ ମଲିକ, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅଶୋକ କୁମାର ସାହୁ, କୃତିବାସ ଜେନା, ବିଶ୍ୱଜିତ ଧଳ, ସରୋଜ ଦାସ, ଗଣେଶ ପ୍ରସାଦ ନାୟକ, କୈଳାଶ ଚନ୍ଦ୍ର ରାଉଳ, ବିଶ୍ୱଜିତ ଧଳ, ରଘୁନାଥ ପାତ୍ର, ପ୍ରଭାତ କୁମାର ରାଉଳ, ସୂର୍ଯ୍ୟରଞ୍ଜନ ମିଶ୍ର, ଲକ୍ଷ୍ମୀଧର ପତି, ଭକ୍ତବନ୍ଧୁ ପତି, ଯଦୁମଣି ପାଣିଗ୍ରାହୀ, ମନୋଜ କୁମାର ସେନାପତି, ରାମ ନାରାୟଣ ନାୟକ, ପାର୍ଥସାରଥି ନାୟକ, ରତ୍ନାକର ଧଳ ଓ ପ୍ରଭାତ କୁମାର ଜେନା ପ୍ରମୁଖ ପୁରାତନ ଛାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ତଥା ପୁରାତନ ଛାତ୍ର ଗିରିଜା ରମଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |