ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପ ପାଇଁ କଟକ ଜିଲ୍ଲା କୁ ରାଜ୍ୟ ପୁରସ୍କାର।

63

କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୩ : ଭାରତ ସ୍କାଉଟ ଓ ଗାଇଡ ଦ୍ୱାରା ଆୟୋଜିତ ରାଜ୍ୟ ପୁରସ୍କାର ଉତ୍ସବ ରେ ଚଳିତ ବର୍ଷ ର ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପୋରୀ ପାଇଁ କଟକ ଜିଲ୍ଲାକୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ରାଜଭବନ ଠାରେ ଆୟୋଜିତ ଏହି ବର୍ଣାଢ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ୨୦୨୩ ବର୍ଷରେ ଶ୍ରେଷ୍ଠ କ୍ୟାମ୍ପୋରୀ ଆୟୋଜନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୂଖ୍ୟ କମିଶନର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଙ୍କୁ ସମ୍ମାନଫଳକ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳ ଓ ଶ୍ରେଷ୍ଠ ଆୟୋଜନ ନିମିତ୍ତ ଜିଲ୍ଲା ସମ୍ପାଦିକା ସୌଦାମିନୀ ଦାସ ଓ ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କୁ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ସମ୍ପାଦିକା ତଥା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଦାସଙ୍କୁ ତାଙ୍କର ଅବଦାନ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଉକ୍ତ ରାଜ୍ୟ ପୁରସ୍କାର ଉତ୍ସବ ରେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଏବଂ ଭାରତ ସ୍କାଉଟ ଓ ଗାଇଡ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ଉପ ସଭାପତି ମାନ୍ୟବର ମନ୍ତ୍ରୀ,ଶ୍ରୀମତୀ ଟୁକୁନୀ ସାହୁ,ଭାରତ ସ୍କାଉଟ ଓ ଗାଇଡ ର ରାଜ୍ୟ ମୂଖ୍ୟ କମିଶନର ଏବଂ ଜାତୀୟ ଉପାଧ୍ୟକ୍ଷ ଡ଼ କାଳୀପ୍ରସନ୍ନ ମିଶ୍ର, ରାଜ୍ୟ ଉପସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମହିଳା କମିଶନ ର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା,ରାଜ୍ୟ ଗାଇଡ କମିଶନର ତଥା ପ୍ରଶାସନିକ ମୂଖ୍ୟ ଶ୍ରୀମତୀ ଅନାମିକା ଦାଶ, ଉପସଭାପତି ଟି. ପି. ଦୋରା ପ୍ରମୁଖ ଉପସ୍ଥିତ ରହି ସ୍କାଉଟ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଜିଲ୍ଲା ର ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ- ଶିକ୍ଷୟିତ୍ରୀ,ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ,ଏବଂ କବ - ବୁଲବୁଲ, ସ୍କାଉଟ ଓ ଗାଇଡ ଙ୍କୁ ରାଜ୍ୟ ପୁରସ୍କାର ରେ ପୁରସ୍କୃତ କରିଥିଲେ! ଜିଲ୍ଲା ର ଏହି ପ୍ରଶଂସନୀୟ ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ସମ୍ପୃକ୍ତ ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସ୍କାଉଟ କମିଶନର, ଗାଇଡ କମିଶନର ଓ ଅନ୍ୟ ଜିଲ୍ଲାସ୍ତରୀୟ ସ୍କାଉଟ କର୍ମକର୍ତ୍ତା, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ, ରୋଭର, ରେଞ୍ଜର ଓ କଣ୍ଟିଂଜେଣ୍ଟ ଲିଡର, ଭେନ୍ୟୁ ସ୍କୁଲ ଖାନନଗର ହାଇସ୍କୁଲ ର ପ୍ରଧାନ ଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ଶିକ୍ଷlକମିଟି ର କର୍ମକର୍ତ୍ତା ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ | କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |