କଟକ ଜିଲ୍ଲା ର ରାଜ୍ୟ ର ପ୍ରଥମ ଅଣୁ ଶ୍ରେଣୀ ଭୁକ୍ତ ଶିଳ୍ପଭିତ୍ତିକ ପାର୍କ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ |

133

କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୩: କଟକ ଜିଲା ର ବିରିବାଟି ଠାରେ ପ୍ରାୟ ୬ ଏକର ପରିମିତି ଜମି ରେ ରାଜ୍ୟ ର ପ୍ରଥମ ଅଣୁ ଶ୍ରେଣୀ ଭୁକ୍ତ ଶିଳ୍ପ ଭିତ୍ତିକ ପାର୍କ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯିବ ବୋଲି ଏଥିନିମନ୍ତେ ଆବଶ୍ୟକ ଜମି ଚିହ୍ନଟ କାର୍ଯ୍ୟକ୍ରମ ରେ ଆନ୍ଧ୍ରପ୍ରଦେଶ ର ଏକ ୫ ଜଣିଆ ବିଶେଷଜ୍ଞ ଦଳ ଙ୍କ ଉପସ୍ଥିତି ରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ. ଭବାନୀ ଶଙ୍କର ଚୟନି ଏ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଛନ୍ତି | ପ୍ରକାଶ ଥାଉକି , ଉକ୍ତ ଅଣୁ ଶ୍ରେଣୀ ଭୁକ୍ତ ଶିଳ୍ପ ଭିତ୍ତିକ ପାର୍କ ନିମନ୍ତେ ଆବଶ୍ୟକ ହେଉଥିବା ଜମି ଚିହ୍ନଟ କରାଯାଇଛି | ଏହି ପାର୍କ ର ବିସ୍ତୃତ ପ୍ରକଳ୍ପ ରୋପିର୍ଟ ଅନୁଯାୟୀ ଆହାର କଳେବର ନିର୍ଧାରଣ କରାଯିବ | ସମଗ୍ର ରାଜ୍ୟ ରେ ଏହିଭଳି ୩୦ ଗୋଟି ଶିଳ୍ପ ଭିତ୍ତିକ ପାର୍କ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯିବ ପାଇଁ ପ୍ରସ୍ତାବ ରହିଛି | ଶିଳ୍ପଭିତ୍ତିକ ପାର୍କ ଗୁଡିକ ସ୍ୱୟଂ ସହାୟକ ଗଷ୍ଟି ର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ର ବଜାର ଚାହିଦା ମେଣ୍ଟାଇବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଙ୍କୁ ସୁଦୃଢ କରିବା ବୋଲି ଲକ୍ଷ ରଖାଯାଇଛି | ଶିଳ୍ପ ଭିତ୍ତିକ ବଜାର ଜରିଆ ରେ ନୂତନ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରାଯିବ | ଯାହାଫଳ ରେ ଅଧିକ ରୁ ଅଧିକ ମହିଳା ଶିଳ୍ପ ଭିତ୍ତିକ ପାର୍କ ମାଧ୍ୟମ ରେ ଶିଳ୍ପ ଜଗତ ରେ ନିଜର ସ୍ଥାନ ନିରୂପଣ କରିପାରିବେ | ଏହି ପରିପ୍ରେକ୍ଷୀ ରେ କଟକ ଜିଲା ରେ ଏଭଳି ପାର୍କ ପ୍ରତିଷ୍ଠା ଦିଗ ରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ଡ଼ଃ. ଚୟନି ଙ୍କ ଅଧ୍ୟକ୍ଷତା ରେ ଜମି ଚିହ୍ନଟ ହେବା ପରେ ଏକ ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା | ବୈଠକ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅମ୍ବର କୁମାର କର ଉପରୋକ୍ତ ପ୍ରକଳ୍ପ ପ୍ରତିଷ୍ଠା ଦିଗ ରେ ଆବଶ୍ୟକ ହେଉଥିବା ଭିତ୍ତିଭୂମି ର ସରଞ୍ଚନା ଦିଗ ରେ ଆଲୋକପାତ କରିଥିଲେ | ବୈଠକ ରେ ଯୋଗଦେଇ ରାଜ୍ୟ ସରକାର ଙ୍କ ମିଶନସକ୍ତି ବିଭାଗ ର ଯୁଗ୍ମ ସଚିବ ଶ୍ରୀ ବିନୋଦ ଜେନା , ରାଜ୍ୟ ର ଜୀବିକା ବିଶେଷଜ୍ଞ ଶ୍ରୀ ଷୌମିତ ମିଶ୍ର , ତେଲେଙ୍ଗନା ରାଜ୍ୟ ର ଅଣୁ ଶିଳ୍ପ ଉଦ୍ୟୋଗୀ ଉନ୍ନୟନ ନିର୍ଦେଶକ ଶ୍ରୀ ଏ . ଅଜୟ , ବିଶେଷଜ୍ଞ ଆର . ହୃଷିକେଶ ମହାଦେବ , ଏଏଲଇଏପି ଦକ୍ଷତା କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀମତୀ ଅର୍ଣ୍ଣପୁର୍ଣ୍ଣ , ନିର୍ଦେଶିକ ଶ୍ରୀମତୀ ମାଧବୀ ଏବଂ ଲାଣ୍ଡ କମିଟି ଅଧ୍ୟକ୍ଷ ଶ୍ରୀମତୀ ସ୍ୱରୂପା ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ର ସଫଳ ରୂପାୟନ ଦିଗ ରେ ପରାମର୍ଶ ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ କଟକ ସଦର ବିଡ଼ିଓ ଶ୍ରୀ ରାଜୀବି ଲୋଚନ ପରିଡା , ମିଶନସକ୍ତି ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସ୍ଵାଗତିକା ପରିଡା ଏବଂ ଯୁଗ୍ମ ମୁଖ୍ୟବିରର୍ବହୀ ଅଧିକାରୀ ଶ୍ରୀ ବିପିନ ରାଉତ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ |