ଵାଙ୍କୀ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ।

170

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୩ : ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିହ ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଠାରେ ସିମୋର -ଵାଙ୍କୀ ରାସ୍ତା ର ଉନ୍ନତି କରଣ କରିବା ପାଇଁ ଶିଳାନ୍ୟାସ ଉଦଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବେଗୁନିଆ-ବୋଲଗଡ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଓ ପଙ୍ଗାରସିହ ପଞ୍ଚାୟତ ର ସରପଞ୍ଚ ଲାବଣ୍ୟ ଜୟସିଂହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାସ୍ତା କାର୍ଯ୍ୟ ନିର୍ଦ୍ଦାରିତ ସମୟ ରେ ସମାପ୍ତ ହେବାର ପ୍ରତିସୁତି ଦେଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗଛକଟା କାର୍ଯ୍ୟ ସରିବା ପରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବାର ପ୍ରତିସୁତି ଦେଇଛନ୍ତି। ଜିତେନ୍ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।