ବିଡିଓଙ୍କ ଦୁର୍ବ୍ୟବହାର ନେଇ ମହିଳାମାନଙ୍କ ପକ୍ଷରୁ ଥାନାରେ ଏତଲା।

344

କଟକ (ଉତ୍କଳ ନ୍ୟୁଜ) ୧୭-୦୪-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବିଡିଓଙ୍କ ଦୁର୍ବ୍ୟବହାର ନେଇ ମହିଳାମାନଙ୍କ ପକ୍ଷରୁ ଥାନାରେ ଏତଲା। ମୁକୁନ୍ଦପୁର ପଞ୍ଚାୟତର ଜଗନ୍ନାଥ ମହିଳା ମହାସଂଘର ମଧୁସ୍ମିତା ରାଉତ, ସବିତା ପାତ୍ର, ଗୌରୀ ସେଠୀ, ରଞ୍ଜିତା ମହଲା, ସଂନ୍ଧ୍ଯାରାଣୀ ସାହୁ, ସାବିତ୍ରୀ ଦାସ, ସବିତା ଦାସ, ମାନସୀ ମହାଳିକ, ଗୀତାଞ୍ଜଳୀ ବିଶ୍ୱାଳ ଓ ବାସନ୍ତୀ ମହାଳିକ ପ୍ରମୁଖ ବ୍ଲକ ପରିସର ଓ ଥାନା ସମ୍ମଖରେ ବିଡିଓଙ୍କ ବିରୋଧରେ ନାରାବାଜି କରିବା ସହିତ ଥାନାରେ ଏତଲା ଦେଇଛନ୍ତି। ବ୍ଲକ ପରିସରରେ ମହାସଂଘର କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମୟରେ ବିଡିଓ ସେମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଧକ୍କା ମାରି ବାହାର କରି ଦେଇଥିବା ଅଭିଯୋଗରେ ଦର୍ଶା ଯାଇଛି। ଗତ ତା ୦୭-୧୦-୨୨ରିଖରେ ମହାସଂଘର ପୂର୍ନଗଠନ ପାଇଁ ବୈଠକ ହୋଇଥିଲା। ମାତ୍ର କୋରମ ଅଭାବରୁ ବାତିଲ ହେବା ସହିତ ପୂନଶ୍ଚ ସଭା କରାଯାଇ ସଭାନେତ୍ରୀ ଭାବେ ଗୀତାଞ୍ଜଳୀ ବିଶ୍ୱାଳ ଓ ସମ୍ପାଦିକା ଭାବେ ମାନସୀ ମହାଳିକ ନିର୍ବାଚିତ ହୋଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାନଯାଇ କୋରମ ଅଭାବରୁ ବାତିଲ ହୋଇଥିବା ବୈଠକରେ ଦୁଇ ମନୋନୀତ କରା ଯାଇଛି। ଯାହା ଫଳରେ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ସୁଯୋଗ ପାଇଲେ ଏବଂ ଆଜି ମଧ୍ଯ ଆଉ ୩ ଜଣ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଛି। ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ଭିତ୍ତିକରି ଜିଲ୍ଲାପାଳ ଯେଉଁ ତଦନ୍ତ କଲେ ସେଥିରେ ଏହି ମହିଳାମାନଙ୍କୁ ସାମିଲ ନକରି ଏକପକ୍ଷିଆ ବିଚାର କରା ଯାଇଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ଆଜି ଚୟନ ପ୍ରକ୍ରିୟା କରାଯାଇଛି ଏବଂ ଏହି ସମୟରେ କୌଣସି ମହିଳାଙ୍କୁ ଗାଳିଗୁଲଜ କରାଯାଇନଥିବା ଏବଂ ପରିସର ମଧ୍ଯରେ ଭିଡ଼ିଓ ରେକର୍ଡ ହୋଇଥିବା ବିଡିଓ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |