ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ, ପାଠପଢାରେ ଏକାଗ୍ରତା ରହିଲେ ଜଣେ ଭଲ ମଣିଷ ହୋଇପାରିବ-ବିଇଓ |

359

କଟକ(ଉତ୍କଳ ନିଉଜ)୧୬/୦୪/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣାବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏକ କୋଚିଂ ସେଣ୍ଟରରୁ ଆରମ୍ଭ ହୋଇଥିବା ଏହି ଘରୋଇ ଶିକ୍ଷାନୁଷ୍ଠାନ ନିଜର ପାରଦର୍ଶିତା ଲାଭ କରିବା ସହିତ ଭଲ ରେଜଲ୍ଡ କରିଆସୁଛି । ରେ ସଂପ୍ରତି ୮ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଏଡମିଶନ ପାଇଁ ମିଳିଛି ଅନୁମତି । ବିଗତ କିଛିବର୍ଷ ହେଲା ଏହି ଶିକ୍ଷାକେନ୍ଦ୍ରର ବହୁ ଛାତ୍ରଛାତ୍ରୀ ମେଟ୍ରିକ୍ ପରୀକ୍ଷାରେ ଅନ୍ୟ ସରକାରୀ ଅଥବା ଘରୋଇ ଶିକ୍ଷାନୁଷ୍ଠାନ ଅପେକ୍ଷା ଅଧିକ ମାର୍କ ରଖି କୃତିତ୍ୱ ହାସଲ କରିଆସୁଛନ୍ତି । ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି ଓ ଶିକ୍ଷାଦାନ ପଦ୍ଧତ୍ତୀରେ ନିଶ୍ଚୟ ଉଚ୍ଚକୋଟୀର ବୋଲି ଏହି ବାର୍ଷିକ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଛି । ଏକାଗ୍ରତା ରହିଲେ ଜଣେ ଭଲ ମଣିଷ ହୋଇପାରିବ ବୋଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢ ବକ୍ତବ୍ୟରେ କହିଥିଲେ । ପିତାମାତା ହେଲେ ଛାତ୍ରଛାତ୍ରୀମାନଙ୍କର ପ୍ରଥମ ଗୁରୁ । ସେମାନେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଜଣେ ଭଲ ମଣିଷ ଭାବେ ଗଢି ତୋଳିବାକୁ ପ୍ରୟାସ କରିବା ଉଚିତ । ପରେ ଶିକ୍ଷାନୁଷ୍ଠାନରେ ଶିକ୍ଷକ/ଶିକ୍ଷିକାମାନେ ଉଚିତ ଶିକ୍ଷାଦାନ ସହିତ ଖେଳ ଓ ପ୍ରଯୁକ୍ତି ବିଦ୍ୟା ପ୍ରଦାନ କରିବା ଉଚିତ ଯାହାଦ୍ୱାରା ଭବିଷ୍ୟତରେ ଜଣେ ଛାତ୍ର/ଛାତ୍ରୀ କୌଣସି କ୍ଷେତ୍ରରେ ପରାଜୟ ବରଣ କରିପାରିବ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶୁସାନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ବିଇଓ ଶ୍ରୀ ଷେଣ୍ଢଙ୍କ ସହିତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ, ସିଆରସିସି ମନ୍ମଥ କୁମାର ଦାଶ, ପୂର୍ବତନ ସିଆରସିସି ମାୟାଧର ସାହୁ, ଶିକ୍ଷାକେନ୍ଦ୍ରର ପ୍ରାଣପ୍ରତିଷ୍ଠାତା ବିଜୟ କୁମାର ପଣ୍ଡା, ବିଜୟ ରାଉତ, ଆଇନ୍‌ଜୀବି ସଞ୍ଜୟ ମହାନ୍ତି, ଦେବୁ ମିଶ୍ର, ନରେନ୍ଦ୍ର ମିଶ୍ର ଓ ବିଜୟଲକ୍ଷ୍ମୀ ଯତି ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । କରୋନା ସମୟରେ ଏହି ଶିକ୍ଷାକେନ୍ଦ୍ର ପ୍ରବାସୀ ଓଡିଆଙ୍କୁ ଆଶ୍ରୟ ଦେଇ ସେବା ଯୋଗାଇ ଦେବାରେ ସକ୍ଷମ ହୋଇଥିଲା । କରୋନାର ପରବର୍ତ୍ତୀ ସମୟରେ ଅଭିଭାବକମାନଙ୍କ ଭରଷା ଥିବା ଏହି ଶିକ୍ଷାକେନ୍ଦ୍ରରେ ଏଡମିଶନରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି । ଏହି ଅବସରରେ ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଓ ଏକକ ଅଭିନୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଗୟାଧର ନାୟକ, ରମାକାନ୍ତ ବାରିକ, ପ୍ରଦୀପ ବାରିକ, ଜ୍ୟୋତିପ୍ରକାଶ ମିଶ୍ର, ଚନ୍ଦନ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ରଘୁନାଥ ଦାଶ, ସୋମନାଥ ପାଢୀ, ଶରତ ଚନ୍ଦ୍ର ଦାସ, ସୁର୍ଯ୍ୟକାନ୍ତ ନାୟକ, ନକୁଳ ମହାଳିକ, ବିରଞ୍ଜି କୁମାର ମିଶ୍ର, ଦେବବ୍ରତ ନାୟକ, ମଣିଜା ବଳ, ରଶ୍ମିରେଖା ନାୟକ, ଇପସିତା ମହାପାତ୍ର, ରଜତ ନାୟକ, ଆଦିତ୍ୟ ନାରାୟଣ କର, ଦେବାଶିଶ ବେହେରା, ସିତୟା ନାୟକ, ସ୍ୱରପାରାଣୀ ବାରିକ, ଜ୍ୟୋସ୍ନାରାଣୀ ମିଶ୍ର, ମୋହିନୀ ଲତା ସାହୁ, ସ୍ୱର୍ଣ୍ଣଲତା ପଣ୍ଡା, ମିତାରାଣୀ ପଣ୍ଡା, ମନୋରମା ସାମଲ, ତପସ୍ୱିନୀ ଦାସ, ସାବିତ୍ରୀ ଦାସ, ଅର୍ଚ୍ଚନା ପ୍ରଧାନ, ଚିତ୍ରସେନ୍ ପଣ୍ଡା, ବିକାଶ ଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ବିଭୁତି ରଞ୍ଜନ ଯତି, ରଶ୍ମିକାନ୍ତ କର, ଅମର ପ୍ରସାଦ ରାଉତ, ଋକ୍ମଣୀ ପଣ୍ଡା, ଶସ୍ମିତା ବୀର, ସୁଜାତା ପାଣିଗ୍ରାହୀ ଓ ସଦାନନ୍ଦ ଦାସ ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |