ତିହିଡି ଦମକଳ କେନ୍ଦ୍ର ପକ୍ଷରୁ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ।

123

କଟକ (ଉତ୍କଳ ନ୍ୟୁଜ) ୧୪-୦୪-୨୦୨୩: ଭଦ୍ରକ ଜିଲ୍ଲା ତିହିଡି ଦମକଳ କେନ୍ଦ୍ର ପକ୍ଷରୁ ୬୯ତମ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ୧୯୪୪ ମସିହାରେ ବମ୍ବେ ପୋର୍ଟରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭା ସମୟରେ ଦୁଇ ଶହରୁ ଉର୍ଦ୍ଧ ଆଗ୍ନିକ ପ୍ରାଣବଳୀ ଦେଇଥିଲେ। ପରେ ୧୯୬୭ ମସିହାରେ ଜାତୀୟ ଅଗ୍ନି ନିରପତ୍ତା ଦିବସ ଭାବେ ପାଳନ କରା ଯାଉଛି।ଅଗ୍ନିଶମ ବିଭାଗ ପକ୍ଷରୁ ଏହି ପ୍ରଥମ ଦିନକୁ ଶହୀଦ ଦିବସ ଭାବେ ପାଳନ କରା ଯାଉଥିବା ବେଳେ ଅନ୍ଯ ଦିନରେ ଅଗ୍ନି ନିରପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଏ। ତେବେ ଯୁବ ପୀଢି ମାନଙ୍କୁ ସାମିଲ କରାଯାଇ ସ୍ବାସ୍ଥ୍ଯ ସହିତ ଅଗ୍ନି ନିରାପତ୍ତା ପ୍ରତି ସଚେତନ କରିବା ଲକ୍ଷ୍ୟନେଇ ତିହିଡି ଅଗ୍ନିଶମ ବିଭାଗ ପକ୍ଷରୁ ଉତ୍କଳମଣି ସେବା ସଂଘର ମିଳିତ ସହଯୋଗରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ଯାଇଛି। ଏହି ମିନି ମାରାଥନ ସକାଳ ୬ ଘଟିକାରୁ ସ୍ଥାନୀୟ ଗୋଳାପୋଖରୀ ଛକରୁ ଆରମ୍ଭ ହୋଇଥିଲା। ଏଥିରେ ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିଲେ। ପରେ ତିହିଡି କାଳୀ ପଡିଆରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଜନସାଧାରଣଙ୍କ ମଧ୍ଯରେ ଅଗ୍ନିକାଣ୍ଡର ପୂର୍ବ, ଅଗ୍ନିକାଣ୍ଡ ସମୟରେ ଏବଂ ପରେ ନିଜକୁ କିପରି ସୁରକ୍ଷିତ ରହିପାରିବେ ସେନେଇ ପରାମର୍ଶ ଦିଆ ଯାଇଥିଲା। ତିହିଡି ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଆଲୋକ ଦେବ ଗୋସ୍ଵାମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ପୂର୍ବତନ ଶିକ୍ଷକ ସୋମନାଥ ପାଢୀ, ସିଆରଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ପାଣିଗ୍ରାହୀ, ମନୋଜ ସେନାପତି, ଖଗେଶ୍ୱର ତ୍ରିପାଠୀ, ପ୍ରଶାନ୍ତ ପାତ୍ର, ଅର୍ଜୁନ ନାୟକ ଓ ବିଷ୍ମୟ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମିନି ମାରାଥନରେ କୃତିତ୍ବ ହାସଲ କରିଥିବା ଜ୍ଯୋତିରଞ୍ଜନ ବଳଙ୍କୁ ପ୍ରଥମ, ସଂଜୟ ପତିଙ୍କୁ ଦ୍ବିତୀୟ ଏବଂ ଏସକେ ସାୱାନ ଓ ମନୋଜ ମୁଦୁଲୀଙ୍କୁ ଯୁଗ୍ମ ତୃତୀୟ ଭାବେ ପୁରସ୍କାର ପ୍ରଦାନ କରା ଯାଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |