ସାମ୍ବାଦିକାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ମହିଳା ଏସଆଇ ଗିରଫ୍ |

484

କଟକ(ଉତ୍କଳ ନିଉଜ)୦୨/୦୪/୨୦୨୩ : ମହଙ୍ଗା ପଡିଲା ସାମ୍ବାଦିକାଙ୍କ ସହ ଅନୈତିକ ସମ୍ପର୍କ । ସାମ୍ବାଦିକାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଜଣେ ମହିଳା ଏସଆଇଙ୍କୁ ଗିରଫ୍ କରିଛି । ଗିରଫ୍ ଅଭିଯୁକ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣୀ ସାମୂଦ୍ରିକ ଥାନାର ଏସଆଇ ତପସ୍ୱିନୀ ମହାପାତ୍ର । ଏହି ଘଟଣାଟି ସଂପ୍ରତି ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ସାଜିଛି । ଅଭିଯୁକ୍ତ ତପସ୍ୱିନୀ ଭଦ୍ରକ ଜିଲ୍ଲାର ଜନୈକା ମହିଳା ସାମ୍ବାଦିକ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ପରେ ବିବାହର ପ୍ରତିଶୃତି ଦେଇ ଅନୈତିକ ସମ୍ପର୍କ ରଖି ଆସୁଥିଲେ । ମାତ୍ର ବିବାହ କରି ପ୍ରତାରଣା କରିଥିବା ନେଇ ମହିଳା ସାମ୍ବାଦିକ ଜଣକ ଭଦ୍ରକ ଟାଉନ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ସୂଚନା ମୁତାବକ, ଉଭୟଙ୍କ ମଧ୍ୟିରେ ୨୦୨୧ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ବିବାହ କଥାକୁନେଇ ଆରମ୍ଭ ହୋଇଥିଲା ତିକ୍ତତା ଏବଂ ଥାନାରେ ପହଁଞ୍ôଚଲା ମାମଲା । ଏସଆଇ ତପସ୍ୱିନୀ ଭଦ୍ରକ ପୁରୁଣାବଜାର ଥାନାରେ କାର୍ଯ୍ୟରତ ଥିବାବେଳେ ପୀଡିତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ ଉଭୟେ ଏକାନ୍ତରେ ସମୟ କାଟିବା ସହିତ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଚାଲିଆସିଥିଲ । ଇତିମଧ୍ୟରେ ତପସ୍ୱିନୀଙ୍କ ବଦଳି ହୋଇଥିଲା ଚୂଡାମଣୀ ସାମୂଦ୍ରିକ ଥାନାକୁ । କିନ୍ତୁ ସେ ପ୍ରେମ ଆଜି ପ୍ରତିଶୋଧର ରୂପ ନେଇଛି । ପ୍ରତାରଣାର ଶିକାର ହୋଇ ସମ୍ବାଦିକା ଜଣକ ତପସ୍ୱିନୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ଡିଜିପି ଙ୍କ କାନକୁ ଯିବା ପରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଏ ଘଟଣାର ସତ୍ୟା ସତ୍ୟକୁ ଉନ୍ମୋଚନ କରିବା ପାଇଁ ଭଦ୍ରକ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ତଦନ୍ତ । ଶେଷରେ ଅଭିଯୁକ୍ତ ପୋଲିସ ଏସଆଇ ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |