ମହିଳାଙ୍କ ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା। ହତ୍ୟାକାଣ୍ଡରେ ବନ୍ଧା ହେଲେ ସସ୍ତ୍ରୀକ।

357

କଟକ (ଉତ୍କଳ ନ୍ୟୁଜ) ୧୮-୧-୨୦୨୨ : ସ୍ବାମୀ ଥାଉଁଥାଉଁ ବିବାହିତା ମହିଳାଙ୍କ ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା। ସ୍ବାମୀକୁ ଛାଡି ପରପୁରୁଷ ସହ ରହୁଥିଲେ ମହିଳା ଆଉ ତାର ବତ୍ୟାକାଣ୍ଡରେ ବନ୍ଧା ହେଲେ ସସ୍ତ୍ରୀକ। ରାତି ପାହିଲେ ଏଭଳି ଘଟଣା ପଦାକୁ ଆସୁଛି ଯେଉଁଥିରେ ନରରାକ୍ଷସର ପ୍ରବୃତି ପଦାକୁ ଆସୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ଠାରେ। ବାଲେଶ୍ବର ଖାନନଗର ହତ୍ୟାକାଣ୍ଡର କଟାମୁଣ୍ଡ ଛତାବରରୁ ଉଦ୍ଧାର ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଛି। ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଯୁବକ ଶ୍ରୀଧର ଦଳ ବେହେରା ବାଲେଶ୍ବର ସହରରେ ରହି ପାଣିଟାଙ୍କି କାମ କରୁଥିଲେ। ସେଠାରେ ନୟାଗଡ଼ ଅଞ୍ଚଳର ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା କାମ କରୁଥିଲେ। ଧିରେଧିରେ ଶ୍ରୀଧର ଓ ସୁମିତ୍ରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଥିଲା ଏବଂ ପରସ୍ପର ସାଙ୍ଗରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ନୁହେଁ ୭ ମାସ ହେବ ସାଙ୍ଗରେ ରହୁଥିବା ବେଳେ ଫକୀର ନୟାଗଡ଼ ଅଞ୍ଚଳକୁ ପଳେଇ ଯାଇଥିଲେ। ଗତ ୫ତାରିଖ ଦିନ ସୁମିତ୍ରା କୌଣସି କାରଣରୁ ପ୍ରେମିକ ଶ୍ରୀଧରକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଘଟଣା ସମ୍ପର୍କରେ ସୁମିତ୍ରା ଗ୍ରାମବାସୀଙ୍କୁ ଜଣାଇଥିଲା। ଖବର ପାଇ ନୟାଗଡ଼ରୁ ଫକୀର ଆସି ବାଲେଶ୍ବରରେ ପହଞ୍ଚିବା ପରେ ମୃତ୍ୟୁବରଣ କରିଥିବା ଶ୍ରୀଧର ଶରୀରକୁ ନିକଟସ୍ଥ ଏକ ବଣରେ ଫିଙ୍ଗି ଦେଇଥିବା ବେଳେ କଟା ମୁଣ୍ଡକୁ ଗୋଟିଏ ମୂଣାଳେ ଧରି ପଳେଇ ଆସିଥିଲେ । ସେଠାରୁ ଏକ ମୋଟରସାଇକେଲ ଯୋଗେ ସ୍ଵାମୀ-ସ୍ତ୍ରୀ କଟା ମୁଣ୍ଡକୁ ଧରି ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଭଣ୍ଡାରିପୋଖରୀ ଥାନା ଛଡାକର ନିକଟସ୍ଥ ନିର୍ମାଣାଧୀନ ଜାତୀୟ ରାଳପଥ ଡ୍ରେନରେ ଏହାକୁ ଫିଙ୍ଗି ଦେଇଥିଲେ। ଅଭିଯୋଗ ପାଇବା ପରେ ବାଲେଶ୍ବର ସଦର ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବା ପରେ ଫକୀର ଓ ସୁମିତ୍ରାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ପରେ ପୁଲିସ ମୋଟର ସାଇକେଲଟିକୁ ପାଣିକୋଇଲି ଠାରୁ ଜବତ କରି କଟକରୁ ସୁମିତ୍ରା ଓ ନୟାଗଡ଼ରୁ ଫକୀରକୁ ଗିରଫ କରିଥିଲା । ପଚରା ଉଚୁରା କରିବା ବେଳେ ଶରୀର ବିହୀନ ମୁଣ୍ଡଟି ଛତାହର ନିକଟରେ ପଢିଥିବା ପୁଲିସ ଜାଣିବାକୁ ପାଇଥିଲା। ସେନେଇ ଅଭିଯୁକ୍ତକୁ ସାଥୀରେ ଧରି ସଦର ଥାନାର ବରିଷ୍ଠ ଅଧିକାରୀମାନେ ଛଡାବର ଠାରେ ପହଁଞ୍ଚି ଶରୀର ବିହିନ କଟା ମୁଣ୍ଡଟିକୁ ଉଦ୍ଧାର କରିଥିବା ବେଳେ ଉପରୋକ୍ତ ଘଟଣାବଳୀ ସମ୍ପର୍କରେ ଉପରୋକ୍ତ ସୂଚନା ଦେଇଥିଲେ। ଭଦ୍ରକ ରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |