ଚୌଦ୍ଵାର ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

1352

କଟକ ଜିଲ୍ଲା ଚୌଦ୍ଵାର କଳିଙ୍ଗ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଆଜି ଦିନ ୧.୩୦ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ମହିଳାଙ୍କ ପେଟ ଉପରେ ଏକ ୧୦ ଚକିଆ ଟ୍ରକ ଚଢିଯିବାରୁ ମହିଳାଙ୍କ ପେଟ ଫାଟି ଅନ୍ତବୁଜୁଲା ବାହାରି ପଡିଥିଲା ।ଯାହାଦ୍ୱାରା ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ସୋଇଥିଲା ।ଚୌଦ୍ଵାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ପି ସି ଆର ଯୋଗେ କଟକ ବଡ଼ ମେଡିକାଲ ନେଇଛନ୍ତି । ମହିଳାଙ୍କ ପରିଚୟ ଜଣ ପଡ଼ିନାହିଁ ।ଘଟଣାରୁ ପ୍ରକାଶ ମହିଳା ଜଣଙ୍କ ତାଙ୍କ ପୁଅ ସାଙ୍ଗରେ ଏକ ହୋଣ୍ଡା ୟୁନିକର୍ଣ ଗାଡ଼ିରେ ବସି ଚଣ୍ଡୀଖୋଲରୁ ଆଠଗଡ ଯାଉଥିଲେ ।ଚୌଦ୍ଵାର କଳିଙ୍ଗ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଚାଲୁଥିବା ରାସ୍ତା କାମ ପାଇଁ ଧୀରେ ଯାଉଥିଲେ । ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ୧୦ ଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ଯାହାଦ୍ୱାରା ତାଙ୍କ ମା ଗାଡିରୁ ଖସି ପଡ଼ିଥିଲେ ଓ ଟ୍ରକଟି ତାଙ୍କ ମାଙ୍କ ପେଟ ଉପରେ ଚଢିଯାଇଥିଲା ବୋଲି ମୃତା ର ପୁଅ କହିଛନ୍ତି ।ଉପସ୍ଥିତ ଲୋକ ୧୦୮ ଆମ୍ବୁଲାନ୍ସ କୁ ଡାକିଥିଲେ ହେଲେ ପ୍ରାୟ ୨୦ ମିନିଟ ବିତିଯାଇଥିଲେ ମଧ୍ୟ ଆମ୍ବୁଳସନ୍ସ ଆସିନଥିଲା । ଚୌଦ୍ଵାର ଥାନା ପିସିଆର ରେ ମହିଳାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଛି ।ଧକ୍କା କରିଥିବା ଟ୍ରକ ଘଟଣା ସ୍ଥଳରୁ ଦ୍ରୁତ ଗତିରେ ଗାଡି ଚଳାଇ ଫେରାର ହୋଇଯାଇଛି ।