ପରକ୍ରିୟା ପ୍ରୀତି ପାଇଁ ପୂଜାରାଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ |

148

କଟକ (ଉତ୍କଳ ନ୍ୟୁଜ) ୨୮-୧୦-୨୦୨୨ : ସ୍ତ୍ରୀର ଅତ୍ମହତ୍ୟା ପଛରେ ପରକ୍ରିୟା ପ୍ରୀତି ଅଭିଯୋଗ ଆଣିଲେ ସ୍ୱାମୀ । ଏଭଳି ଅଘଟଣ ଆସିଛି ଭଦ୍ରକ ଜିଲ୍ଲା ପୀରହାଟା ଥାନାଧିନ କଣ୍ଡର ଗଡିଆ ଗାଁରୁ । ଏହି ଗାଁର ସୁରେଶ ବେହେରାଙ୍କ ସ୍ତ୍ରୀ ପୂଜାରାଣୀ ଗତ ତା ୧୫.୧୦.୨୨ରିଖରେ ବିଷପାନ କରି ମୃତ୍ୟୁ ବରଣ କରିଥିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ସେହି ଗାଁର ଦେବଶ୍ରୀ ପ୍ରକାଶ ବିଶ୍ୱାଳ ଓରଫ୍ ପପୁଙ୍କ ବ୍ଲାକମେଲର ଶିକାର ହୋଇ ପୂଜାରାଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁରେ ଅଛି ପପୁଙ୍କ ଦୋକାନ। ସ୍ୱାମୀ ସୁରେଶ ବାହାର ରାଜ୍ୟରେ ରହି କାମଧନ୍ଦା କରନ୍ତି । ପପୁଙ୍କ ଦୋକାନରୁ ପୂଜାରାଣୀ ସଉଦା ଆଣନ୍ତି । ଏହାର ମଧ୍ୟରେ ପପୁ ତାଙ୍କ ପ୍ରେମ ଜାଲରେ ପକାଇ ନିଜର କାମନା ବାସନା ଚରିତାର୍ଥ କରିଥିଲେ । ଯାହା ଗାଁ ଦାଣ୍ଡରେ ପଡି ହାଟରେ ଗଡୁଥିଲା । ପପୁ ପୂଜାରାଣୀ ସହିତ ଶାରିରୀକ ସମ୍ପର୍କ ସହିତ କେତେକ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଅଡିଓ ଏକାଠି କରି ପୂଜାରାଣୀଙ୍କୁ ବ୍ଲାକମେଲ ଆରମ୍ଭ କରିଥିଲା । ପ୍ରଥମେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା ପପୁ। ମାତ୍ର ପୂଜାରାଣୀ ରାଜି ନହେବାରୁ ତାଙ୍କୁ ୨ ଲକ୍ଷ ଟଙ୍କାର ଦାବି କରିଥିଲା । ଟଙ୍କା ନଦେଲେ ଭାଇରାଲ କରିବାର ଧମକ ଦେଇଥିଲା । ଏପରିକି ପୂଜାରାଣୀଙ୍କ ସ୍ୱାମୀଙ୍କ ମଧ୍ୟ ଫଟୋ ପଠାଇବା ସହିତ ୫ ଲକ୍ଷ ଟଙ୍କା ଦାବି କରିଥିଲା । ମାତ୍ର ସେଥିରେ ସଫଳ ନହେବାରୁ ଚାରିଆଡେ ଭାରାଇଲ କରିବାର ଭୟ ଦେଖାଇଥିଲା। ଯାହାକୁ ନେଇ ପୂଜାରାଣୀଙ୍କ ସମେତ ତାଙ୍କ ସ୍ୱାମୀ ସୁରେଶ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ଆସୁଥିଲେ। ପପୁ ଶେଷରେ ପୂଜାରାଣୀକୁ କୋର୍ଟ ମେରେଜ୍ କରିବା ଲାଗି ନିବେଦନ କରିଥିଲା । ସେଥିରେ ପୂଜାରାଣୀ ରାଜି ନହେବାରୁ ନାନାଦି ଧମକ ଚମକ ଦିଆଯାଇଥିବା ସୁରେଶ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ବହୁ ବାଦାନୁବାଦ ମଧ୍ୟ ହୋଇଥିଲା । ଏହାର ସ୍ଥାୟୀ ସମାଧାନ କରିବା ଲାଗି ସୁରେଶ ସେଦିନ ଘରକୁ ଆସିଥିଲେ। ବାଟରେ ଅଭିଯୁକ୍ତ ପପୁ ସମେତ ତାଙ୍କ ଜେଜେ ବାପା ଦାମ ବିଶ୍ୱାଳ ନାନାଦି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ତୋ ସ୍ତ୍ରୀ ଆଉ ନଥିବ ବୋଲି କହିଥିଲେ। ଘରେ ପହଁଚିବା ବେଳକୁ ଦେଖନ୍ତି ତ ସ୍ତ୍ରୀ ପୂଜାରାଣୀ ବିଷପାନ କରିଛି । ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତୀ କରା ଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତା ର ମୃତ୍ୟୁ ହୋଇଛି । ପୂଜାରାଣୀଙ୍କ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି । ପପୁଙ୍କ ଦ୍ୱାରା ମାନସିକ ନିର୍ଯ୍ୟତନାର ଶିକାର ହୋଇ ଏପରି ଆତ୍ମହତ୍ୟା କରିଥିବା ନେଇ ସୁରେଶ ଅଭିଯୋଗ କ୍ରମେ ଥାନାରେ ପପୁଙ୍କ ବିରୋଧରେ ୩୫୪(ଏ), ୩୮୫, ୩୦୬, ୨୯୪, ୫୦୬, ୩୪ ଆପିସି ୬୭ ଆଇଟି ଏକ୍ଟ ୨୦୦୦ ଆଦି ସଂଗୀନ ଦଫାରେ ଏକ ମାମଲା ୧୭୮/୨୨ ରୁଜୁ ହୋଇଛି । ମାତ୍ର ମାମଲା ପୋଲିସ ରୁଜୁ ସୀମିତ ରହିଥିବା ଅଭିଯୋଗ କରିଛନ୍ତି ସୁରେଶ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |