ମହଙ୍ଗା ପଡିଲା ଷଣ୍ଢକୁ ଜୀବନ୍ତ ଦଗ୍ଧ ଉଦ୍ୟମ, ୨ ଗିରଫ୍‌ |

668

କଟକ(ଉତ୍କଳ ନିଉଜ)୦୪/୦୯/୨୦୨୨ : ମହଙ୍ଗା ପଡିଲା ଷଣ୍ଢକୁ ଜୀବନ୍ତ ଦଗ୍ଧ ଉଦ୍ୟମ । ବିଲରେ ପଶିଥିବା ନେଇ ଏକ ଷଣ୍ଢକୁ ଦଉଡିରେ ବାନ୍ଧି ଅତି ଦୟନୀୟ ଭାବେ ଗାଁ ଦାଣ୍ଡରେ ବୁଲାଇ ବୁଲାଇ ପଛପଟେ ନିଆଁ ହୁଳା ଲଗାଇ ଚଲାଇବା ଏବଂ ଷଣ୍ଢଟି ଥକ୍କି ପଡିବା ପରେ ବେକକୁ ମୋଡି ତଳେଇ ଶୁଆଇ ପୂନଶ୍ୱ ମୁହଁରେ ନିଆଁ ହୁଳା ଲଗାଇଥିବା ଭିଡିଓ ଭାଇରାଲ ହେବା ପରେ ଶନିବାର ରାତିରେ ଉତ୍କଳ ନିୟୁଜ୍ ପୋର୍ଟାଲରେ ସର୍ବପ୍ରଥମେ ଖବର ପ୍ରସାରିତ ହୋଇଥିଲା । ତେବେ ଦୁଇଦିନ ଧରି ଘଟଣା ଘଟିଥିଲେ ମଧ୍ୟ କାହାରି ମନରେ ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ଶେଷରେ ବଜରଙ୍ଗ ଦଳର କର୍ମୀ ରଞ୍ଜନ କୁମାର ମଲ୍ଲିକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।

ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବା ସହିତ ପ୍ରାଥମିକ ତଦନ୍ତ ପରେ ଦୁଇ ଅଭିଯୁକ୍ତ ପ୍ରିୟ ରଞ୍ଜନ ପାତ୍ର ଓ ରତିକାନ୍ତ ପାତ୍ରକୁ ଗିରଫ୍ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ, ବିଲରେ ପଶିଥିବାରୁ ଗୋଟିଏ ଷଣ୍ଢକୁ ଜୀବନ୍ତ ଦଗ୍ଧ ଉଦ୍ୟମ ଭାଇରାଲ ହେଉଛି ଛାତିଥରା ଭିଡିଓ । ସଭ୍ୟ ସମାଜରେ ଏପରି ଅସଭ୍ୟ ତଥା ପଶୁ ପ୍ରବୃତ୍ତିକୁ ସାଧାରଣରେ ତୀବ୍ର ନିନ୍ଦା କରିଯାଇଛି । ପଦାରେ ପଡିଛି ମଣିଷ ପଣିଆ ମଧ୍ୟରେ ଥିବା ପିଶାଚ ପ୍ରବୃତି । ଆଇନ୍ ଆଖିରେ ଖସିଗଲେ ବି ଭଗବାନଙ୍କ ଲୋଲୁପ ଦୃଷ୍ଟିରେ ମୁକୁଳିବା ଅବସମ୍ଭାବୀ । ଏମିତି ନିନ୍ଦନୀୟ କାମ କେତେକ ଯୁବକ କରୁଥିବାର ମୋବାଇଲରେ ଭାଇରାଲ ହେବାରେ ଲାଗିଛି । ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସୁଗୋ ପଞ୍ଚାୟତର ଦେଖିବାକୁ ମିଳିଛି । ଧାନ ବିଲରେ ଷଣ୍ଢଟିଏ ପଶି ଯିବାରୁ କେତେକ ଉଶୃଙ୍ଖଳିତ ଯୁବକ ମାନଙ୍କର ଉନ୍ମୁକ୍ତ କାଣ୍ଡ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଷଣ୍ଢକୁ ବଳପୂର୍ବକ ଧରିଆଣି ରଶିରେ ବାନ୍ଧି ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରାଯାଇଛି ତାହା ପୁଣି ଗାଁ ଦାଣ୍ଡରେ ସର୍ବସାଧାରଣରେ ।

ଦିର୍ଘ ସମୟ ଧରି ଏପରି ଅମାନୁଷିକ କାଣ୍ଡ କରୁଥିବା ବେଶ ବାରି ହେଉଛି । ସୃଚନା ମୁତାବକ, ଉକ୍ତ ଷଣ୍ଢଟି ସ୍ଥାନୀୟ ମହାଦେବଙ୍କ ମନ୍ଦିର ନିକଟରେ ରହେ । ଗାଁ ତଥା ଆଖପାଖ ଅଞ୍ଚଳରେ ବୁଲି ଚରି ଖାଏ । ସମ୍ଭବତଃ ଷଣ୍ଢଟି କାହାରି ଧାନ ବିଲରେ ପସିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉଦଭ୍ରାନ୍ତ କେତେକ ଯୁବକ ଷଣ୍ଢକୁ ବାନ୍ଧି ବାଟରେ ଚଲାଇ ଚଲାଇ ନେଇ ନିଆଁ ହୁଳା କରି ପଛପଟ ପିଚା ପାଖରେ ଲଗାଇବା ସହିତ ତଳେ ପକାଇ ମୁହଁରେ ନିଆଁ ହୁଳା ଲଗାଉଛନ୍ତି । ଭିଡିଓ ଭାଇରାଲ ହେବାପରେ ରଞ୍ଜନ ମଲ୍ଲିକ ନାମକ ଜଣେ ବଜରଙ୍ଗ ଦଳର କର୍ମୀଙ୍କ ଏତଲା କ୍ରମେ ମୁନା ପାତ୍ରଙ୍କ ସମେତ ସହଯୋଗ କରିଥିବା ଗଗନ ସାହୁ,

ରଥିଆ ପାତ୍ର, ରବିନ୍ଦ୍ର ବାରିକ ଓ ଅନ୍ୟମାନଙ୍କ ବିରୋଧରେ ବାସୁଦେବପୁର ଥାନାରେ ୧୧(ଏ) ପ୍ରିଭେନସନ ଅଫ୍ କୃଏଲ୍ଟି ଟୁ ଏନିମାଲ୍ ଏକ୍ଟ ପରି ସଂଗୀନ ଦଫାରେ ଏକ ମାମଲା ୩୮୯/୨୨ ରୁଜୁ କରା ଯାଇଛି । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ମୁନା ଓରଫ ପ୍ରିୟ ରଞ୍ଜନ ପାତ୍ର ଓ ରଥିଆ ଓରଫ ରତିକାନ୍ତ ପାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |