ବିଲରେ ପଶିଥିବାରୁ ଷଣ୍ଢକୁ ଜୀବନ୍ତ ଦଗ୍ଧ ଉଦ୍ୟମ, ଭାଇରାଲ ହେଉଛି ଛାତିଥରା ଭିଡିଓ।

621

କଟକ(ଉତ୍କଳ ନିଉଜ)୦୩/୦୯/୨୦୨୨: ବିଲରେ ପଶିଥିବାରୁ ଷଣ୍ଢକୁ ଜୀବନ୍ତ ଦଗ୍ଧ ଉଦ୍ୟମ, ଭାଇରାଲ ହେଉଛି ଛାତିଥରା ଭିଡିଓ। ସଭ୍ଯ ସମାଜରେ ଏପରି ଅସଭ୍ୟ ତଥା ପଶୁ ପ୍ରବୃତ୍ତିକୁ ସାଧାରଣରେ ତୀବ୍ର ନିନ୍ଦା କରିଯାଉଛି। ସଭ୍ଯ ସମାଜର ମଣିଷ ବେଳେବେଳେ ବିପଥଗାମୀ ହୋଇ ପଡେ। ମଣିଷ ପଣିଆ ମଧ୍ଯରେ ପିଶାଚ ସବାର ହୁଏ। ଆଉ ଭୁଲି ଯାଉଛି ହିତାହିତ ଜ୍ଞାନ। ଏପରି ଅମାନୁଷିକ ପଣିଆ ବିରୋଧରେ ସାଧାରଣ ଲୋକଙ୍କ ସ୍ବର ଉତ୍ତୋଳନ ହୋଇ ସାରିଛ। ଏମିତି ନିନ୍ଦନୀୟ କାମ ଜଣେ ଯୁବକ କରୁଥିବାର ମୋବାଇଲରେ ଭାଇରାଲ ହେବାରେ ଲାଗିଛି। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି। ଏମିତି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସୁଗୋ ପଞ୍ଚାୟତର ଦେଖିବାକୁ ମିଳିଛି।

ଷଣ୍ଢ ଧାନ ବିଲରେ ପଶି ଯିବାରୁ କେତେକ ଉଦଭ୍ରାନ୍ତ ଯୁବକ ଉକ୍ତ ଷଣ୍ଢକୁ ବଳପୂର୍ବକ ଧରିଆଣି ରଶିରେ ବାନ୍ଧି ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଛନ୍ତି ତାହା ପୁଣି ସର୍ବସାଧାରଣରେ। ଦିର୍ଘ ସମୟ ଧରି ଏପରି ଅମାନୁଷିକ କାଣ୍ଡ କରୁଥିବାର ଭିଡିଓ ଭାଇରାଲରୁ ବେଶ ବାରି ହେଉଛି। ସୁଗୋ ଗ୍ରାମର ରବିନ୍ଦ୍ର ବାରିକ ଏକ ଷଣ୍ଢକୁ ମହାଦେବଙ୍କ ମନ୍ଦିର ଆଗରେ ଲଛାଇ ଛାଡି ଦେଇଥିଲେ। ଷଣ୍ଢଟି ଗାଁ ତଥା ଆଖପାଖ ଅଞ୍ଚଳରେ ବୁଲି ଚରି ଖାଏ। ଆଜି ଷଣ୍ଢଟି କାହାରି ଧାନ ବିଲରେ ପସିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉଦଭ୍ରାନ୍ତ ଯୁବକ ଷଣ୍ଢକୁ ବାନ୍ଧି ବାଟରେ ଚଲାଇ ଚଲାଇ ଚଲାଇ ନେଇ ନିଆଁ ହୁଳା କରି ପଛପଟ ପିଚା ପାଖରେ ଲଗାଇବା ସହିତ ତଳେ ପକାଇ ମୁହଁରେ ନିଆଁ ହୁଳା ଲଗାଉଛନ୍ତି।

ଯାହା ସାଧାରଣରେ ଗ୍ରହଣ ଯୋଗ୍ୟ ନୁହେଁ। ଏସମ୍ପର୍କରେ ଷଣ୍ଢ ମାଲିକ ରବିନ୍ଦ୍ର ବାରିକଙ୍କୁ ପଚାରିବାରୁ ସଂପୃକ୍ତ ଯୁବକଙ୍କ ଏତାଦୃଶ୍ୟ ଜଘନ୍ଯ ଅପରାଧକୁ ନାପସନ୍ଦ କରିବା ସହିତ ସେମାନଙ୍କ ବିରୋଧର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |