ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଗଛରେ ବାନ୍ଧିଲେ ଗ୍ରାମବାସୀ।

410

କଟକ (ଉତ୍କଳ ନ୍ୟୁଜ) ୦୨-୦୯-୨୦୨୨ : ଗାଁରେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଗଛରେ ବାନ୍ଧିଲେ ଗ୍ରାମବାସୀ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ସଂପୃକ୍ତ ଯୁବକଙ୍କୁ ଥାନାକୁ ନିଆ ଯାଇଥିଲା। ପରେ ମହିଳାଙ୍କ ଏତଲା ପରେ ପୋଲିସ ସଂଗୀନ ଦଫାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅଶୋକ ପଲେଇକୁ କୋର୍ଟ ଚାଲାଣ କରିଥିବା ଜଣା ଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାମାନ୍ୟ କଳହରୁ ଜଣେ ଯୁବକ ସେହି ଗାଁର ଜନୈକା ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିବା ପରେ ଯୁବକଙ୍କୁ ଗଛରେ ବାନ୍ଧି ଦେଇଥିଲେ। ଗ୍ରାମରେ ଅଶୋକ ପଲେଇ ନାମକ ଯୁବକ ସାମାନ୍ୟ କଥାକୁ ନେଇ ଗାଁର ମଧୁସ୍ମିତା ନାୟକ ନାମ୍ନୀ ଜନୈକା ମହିଳାଙ୍କୁ କୋଦାଳ ଧରି ଗୋଡାଇ ଥିଲେ।

ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସହ ଯୁବକଙ୍କୁ ଗଛରେ ବାନ୍ଧିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚି ଯୁବକଙ୍କୁ ଥାନା ନେଇ ଯାଇଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |