ଦୁଷ୍କର୍ମର ଶିକାର ହେଲେ ନାବାଳିକା, ଅଭିଯୁକ୍ତ ଫେରାର l

207

କଟକ(ଉତ୍କଳ ନିଉଜ)୨୬/୦୮/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଧିନ ତେନ୍ତୁଳିଡ଼ିହି ପଞ୍ଚାୟତରେ ଜନୈକା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। କୁଲ୍ହିବିନ୍ଧା ଗ୍ରାମର ବ୍ରଜକିଶୋର ବିଶ୍ଵାଳଙ୍କ ପୁଅ ସୁବ୍ରତ ବିଶ୍ଵାଳ ସେହି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ନାବାଳିକା ମା ଙ୍କ ଅଭିଯୋଗ ମୂଳେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ କରା ଯାଇଛି।ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇ ଅଧିକ ଅନୁସନ୍ଧାନ ଚାଲୁ ଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି। ଏପଟେ ଏତେ ଦିନ ବିତିଷଯାଇଥିଲେ ମଧ୍ୟ ପୋଲିସର ହାତ ଖାଲିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡିତାଙ୍କ ପରିବାର। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |