ମଦ୍ଯପ ଡ୍ରାଇଭର ଉନ୍ମତ୍ତ କାଣ୍ଡ, ଗାଡି ଚଢେଇ ମାରିଦେଲି ୪ଟି ଷଣ୍ଢ।

421

କଟକ(ଉତ୍କଳ ନିଉଜ)୧୮/୦୮/୨୦୨୨ : ମଦ୍ଯପ ଡ୍ରାଇଭର ଉନ୍ମତ୍ତ କାଣ୍ଡ, ଗାଡି ଚଢେଇ ମାରିଦେଲି ୪ଟି ଷଣ୍ଢ। ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥରେ ୪ଟି ଷଣ୍ଢକୁ ଧକ୍କା ଦେଇ ଜୀବନରୁ ମାରି ଦେଇଥିବା ଜଣାପଡିଛି। ଟ୍ରକ ଚାଳକ ହେଉଛନ୍ତି ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜମାଳ ପଞ୍ଚାୟତର ଅରୁଣ କୁମାର ମଣ୍ଡଳ। ଧାମରାରୁ ଗହମ ବୋଝେଇ କରି ଏକ ଦଶଚକିଆ ଟ୍ରକଟି (ଓଆର-୦୯-ଏଲ-୬୬୭୪)

କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ସମୟରେ ପୀରହାଟ ଥାନାଧିନ କମାରିଆ ନିକଟରେ ରାସ୍ତାରେ ଶୋଇଥିବା ଷଣ୍ଢ ଗୁଡିକୁ ଗାଡି ମଡାଇ ଜୀବନରୁ ମାରି ଦେଇଥିବା ସ୍ଥାନୀୟ ଲୋକମାନେ ଦେଖିବାପରେ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକଟି ରହିନଥିଲା ଦୃତଗତିରେ ଚାଲି ଯାଇଥିଲା। ରାସ୍ତାରେ ଯାଉଥିବା ବେଳେ ଗାଡିଟି ବାଟରେ ପୀରହାଟ ବଜାରରେ ଏକ ବାଇକକୁ ମଧ୍ୟ ଧକ୍କାଦେଇ ଭାଙ୍ଗି ଦେଇବାର ସୂଚନା ମିଛି। ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲା ସ୍ବିକାର କରିଛନ୍ତି।

ମତୋ ବଜାରରେ ଲୋକମାନେ ଗାଡିଟିକୁ ଅଟକାଇ ମତୋ ଫାଣ୍ଡିକୁ ହସ୍ତାନ୍ତର କରିଥିବା ବେଳେ ଡ୍ରାଇଭରକୁ ମତୋ ଫାଣ୍ଡି ପୋଲିସ ଅଟକ ରଖିଛି। ଫାଣ୍ଡି ପରିସରରେ କିଛି ସମୟ ପାଇଁ ଚାପା ଉତେଜନା ଦେଖା ଯାଇଥିଲା ଯାହାକୁ ନେଇ ପୋଲିସ ନାକେଦମ ହେବାକୁ ପଡିଥିଲା। ତିହିଡିରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |