ରଙ୍ଗର ନମ୍ବରରୁ ପ୍ରେମ, ୧୫ ଦିନର ନିବିଡ଼ତା ପରେ ବିବାହ। ଯୁବତୀ ବେଶରେ ଆସିଥିବା ସ୍ତ୍ରୀ ଥିଲା ଯୁବକ।

176

କଟକ (ଉତ୍କଳ ନ୍ୟୁଜ) ୨୮-୦୫-୨୦୨୨ : ମାତ୍ର ୧୫ ଦିନ ତଳେ ମୋବାଇଲ ରଂଗ୍ ନମ୍ବରୁ ହୋଇଥିଲା ପ୍ରେମ । ପରେ ଉଭୟ ଉଭୟଙ୍କୁ ସୁନ୍ଦର ସୁନ୍ଦର ଫଟୋ ପଠାଇବା ସହିତ ବିବାହ ମଧ୍ୟ ହେଲେ। ଯୁବକ ଘର ପଶ୍ଚିମ ଉତ୍ତର ଚବିଶପର୍ଗଣାର ଆଲୋକ କୁମାର ମିସ୍ତ୍ରୀ। ହୃଦ୍ମବେଶୀ ଝିଅ କେନ୍ଦ୍ରାପଡା ଜମ୍ମୁ ମେରାଇନ୍‌ ଥାନା ଅଧିନ ରାମନଗର ଗ୍ରାମର ବିଶ୍ବନାଥ ମଣ୍ଡଳଙ୍କ ମେଘନାଦ ମଣ୍ଡଳରୁ ଛଦ୍ମବେଶୀ ପାଲଟିଥିବା ମେଘନା ମଣ୍ଡଳ। ଆଲୋକ ଓ ମେଘ। ବିବାହ କରିବା ପାଇଁ ପ୍ରତିଶୃତି ଦେବା ପରେ ୨୪ ତାରିଖ ମେଘନା ଘରୁ ପଳାଇ ଆସି ଚଣ୍ଡିଖୋଲରେ ପହଁଚିଥିଲା । ଏପଟେ ଆଲୋକ ପଶ୍ଚିମବଙ୍ଗରୁ ଣ୍ଡିଖୋଲରେ ପହଁଚି ମେଘନାକୁ ଅପେକ୍ଷା କରିଥିଲା । ପରେ ଉଭୟ ଆଲୋଚନା କରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଥାନା ଅଂଚଳର ଆଲୋକଙ୍କ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବାର ବ୍ୟବସ୍ଥା କରି ୨୫ ତାରିଖ ରାତିରେ କଶିଆରେ ପହଁଚିଥିଲେ ଉଭୟ। ବୋହୁ ଘରକୁ ଆସୁଛି ଜାଣି ଆଲୋକର ମାମୁଁ ପୁଅ ଭାଇ ଓ ଭାଉଜ ବୋହୁକୁ ବନ୍ଧାପନା କରି ଘର ଭିତରକୁ ପାଛୋଟି ନେଇଥିଲେ । ବୋହୁ ମେଘନା ହାତରେ ମେହେନ୍ଦି ସହିତ ନାଲି ରଂଗର ମୁଠା ମୁଠା ବୃଡି । ପରେ ସେହି ସ୍ଥାନରେ ଉଭୟଙ୍କୁ ଆଲୋକର ସମ୍ପର୍କିୟ ମଥାରେ ସିନ୍ଦୁର ଲଗାଇ ବିବାହ ମଧ୍ୟ କରାଇ ଥିଲେ। ମୁଣ୍ଡରେ ହାଟେ ଲମ୍ବାର ଓଡ଼ଣି ପକାଇ ଘରେ ପଶିଥିଲେ। ଘର ଭିତରେ ଆନନ୍ଦର ଲହରୀ ଖେଳି ଯାଇଥିଲା । ସଂନ୍ଧ୍ୟାରେ ଏହି ଅବସରରେ ଏକ ଭୋଜିର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା । ପୁଅ ବୋହୁକୁ ଦେଖିବା ପାଇଁ ଗାଁର ସ୍ତ୍ରୀ ଲୋକମାନଙ୍କ ଲମ୍ବା ଧାଡି ଲାଗିଥାଏ । ହେଲେ ସ୍ତ୍ରୀ ଲୋକଙ୍କ ଏହି ଲମ୍ବା ଧାଡି ମଧ୍ୟରେ ମେଘନାର ଜଣେ ସମ୍ପର୍କୀୟ ମଧ୍ୟ ତାକୁ ଦେଖିବାକୁ ଆସିଥିଲେ । ସେହିଠାରୁ ‘ଢୋଲ ଭିତରରୁ ବାହାରିଲା ମୁଷା। ଏହି ସ୍ତ୍ରୀ ଲୋକଙ୍କ ମଧ୍ୟରୁ ସବିତା ମଣ୍ଡଳ ନାମକ ଜଣେ ବୃଦ୍ଧା ମେଘନାକୁ ଚିହ୍ନିବା ପରେ ଗାଁରେ କହିଥିଲା କି ସେ ଝିଅ ନୁହେଁ ସେ ପୁଅ । ସେ ମୋର ଭଣଜା ହିସାବ ହେବ ବୋଲି କହିଥିଲେ। ପରେ ସବିତା ମେଘନା ପରିବାରର ଲୋକଙ୍କୁ ମଧ୍ୟ ଡକାଇ ପଠାଇଥିଲେ । ସେ କଥାକୁ ଗ୍ରାମାବସୀ ମାନେ ବିଶ୍ବାସ କରିନଥିଲେ । ମେଘନା କାନରେ ଏକଥା ବାଜିବା ପରେ କଥାକୁ ଘୋଡାଇବାକୁ ଚେଷ୍ଟା କରିଥିଲା । ସକାଳ ହେବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ମେଘନାକୁ ମାଡ ମାରିବା ସହିତ ଉଲଗ୍ନ କରି ଦେଖୁଥିଲେ। ସେଠାରୁ ସେ ହୋଇଗଲା ମେଘନାରୁ ମେଘନାଦ । ସେ ପୁଅଟେ । ହେଲେ କଥା ବା ଚାଲିଚଳନ ସବୁ ଝିଅ ପରି କରୁଥାଏ। ଏପରିକି ଝିଅଙ୍କ ସମସ୍ତ ବସ୍ତ୍ର ମଧ୍ୟ ଧାରଣ କରିଥିଲା । ପରେ ଗ୍ରାମବାସୀ ମାନେ ଏପରି ଆଉ କୌଣସି ପୁଅଙ୍କ ସହିତ ନକରିବ ବୋଲି କହି ମେଘନାଦ ରଖୁଥିବା ସମସ୍ତ ଲମ୍ବା ଚୁଟିକୁ କାଟିବା ସହିତ କାମାପଟା ଖୋଲି ଦେଇଥିଲେ । ପରେ ପୋଲିସକୁ ଖବର କରିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ମେଘନାଦର ପରିବାର ଲୋକଙ୍କୁ ଖବର କରିଥିଲେ । ମେଘନାଦର ପରିବାର ଲୋକ ପହଁଚି ମେଘନାଦକୁ ଘରକୁ ନେଇଯାଇଥିବା ଜଣାପଡ଼ିଛି।  ଭଦ୍ରକ ରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |