ନକଲି ଶ୍ରମ ଅଧିକାରୀ ଗିରଫ , ଲକଡାଉନ ସମୟରେ ଗରୀବଙ୍କୁ ଲୁଟୁଥିଲା

197

ରାଉରକେଲା ,କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଚାଲିଛି । ପୋଲିସ ପ୍ରଶାସନ ପରିସ୍ଥିତି ନିୟନ୍ତ୍ରଣ କରିବାରେ , ଜନସାଧାରଣ ଙ୍କୁ ସଚେତନ କରିବାରେ ବ୍ୟସ୍ତ , ଏଭଳି ସଙ୍କଟ ସମୟରେ ଗରିବଙ୍କୁ ଲୁଟିବା ପାଇଁ ପଛାଉନାହାନ୍ତି ଶିକ୍ଷିତ ଠକ । ନିଜକୁ ଲେବର ଅଫିସର ପରିଚୟ ଦେଇ ଲେବର କାର୍ଡ କରିବା ଓ ଏହାର ନବୀକରଣ କହି ଟଙ୍କା ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ଏକ ଶ୍ରମିକ ସଙ୍ଗଠନ ସହ ଜଡିତ । ତାଙ୍କ ନାଁ କୈଳାସ ଚନ୍ଦ୍ର ବାରିକ ।ପୋଲିସ କୈଳାଶଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୩ ହଜାର ୭୦୦ ଟଙ୍କା, ଶ୍ରମିକ କାର୍ଡ, ଆଧାର କାର୍ଡ ବ୍ୟାଙ୍କ ପାସବୁକ ଆଦି ଜବତ କରିଛନ୍ତି । ଏ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।