ମିରିପୁରରେ ମାଟିପକାକୁ କେନ୍ଦ୍ର କରି ସଂଘର୍ଷ, ୭ ଗୁରୁତର।

323

କଟକ( ଉତ୍କଳ ନିଉଜ)୨୭/୦୪/୨୦୨୨ : ଭଦ୍ରକ ଜିଲା ତିହିଡ଼ି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧୀନ ମିରିପୁର ଗ୍ରାମରେ ମାଟି ପକେଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଉପୁଜିଛି । ଏହି ସଂଘର୍ଷରେ ଗୋଟିଏ ପରିବାରର ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ତିହିଡ଼ି ଡାକ୍ତରଖାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ମିରିପୁର ଗ୍ରାମର ନିରଂଜନ ପାତ୍ରଙ୍କ ପରିବାର ତାଙ୍କ ଜମିରେ ମାଟି ପକାଉଥିଲେ । ସେହି ଗ୍ରାମର କେତେକ ବ୍ୟକ୍ତି ଏହା ସର୍ବସାଧାରଣ ଜାଗା, ଏଠାରେ କାହିଁକି ମାଟି ପକାଉଛୁ ବୋଲି କହି ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ସଂଘର୍ଷ ଉପୁଜିଥିଲା । ଏଥିରେ ନିରଞ୍ଜନ ପାତ୍ର, ସୁଦର୍ଶନ ପାତ୍ର, ଜୟନ୍ତୀ ପାତ୍ର, ବାବାଜୀ ପାତ୍ର, ତୁଷାର ପାତ୍ର, ରଂଜିତାପାତ୍ର ଓ ନିରୁପମା ପାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |