କ୍ଯାମେରାମେନ ମାନସ ସ୍ବାଇଁ ହତ୍ଯା ଘଟଣା, ମୁଖ୍ଯ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ୮ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଗଲା।

242

କଟକ(ଉତ୍କଳ ନିଉଜ )୨୨/୦୪/୨୦୨୨ : ବହୁ ଚର୍ଚ୍ଚିତ କ୍ଯାମେରାମ୍ଯାନ ମାନସ ସ୍ବାଇଁ ହତ୍ଯା ଘଟଣାର ବିଚାରଧିନ ହାଜତରେ ଥିବା ମୁଖ୍ଯ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ୮ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ପ୍ରଥମେ ଭଦ୍ରକ ସ୍ଵତନ୍ତ୍ର ଉପ କାରଗାରରୁ ୮ ଅଭିଯୁକ୍ତଙ୍କୁ ଗୋଟିଏ ବଡ ଭ୍ଯାନ ଦ୍ବାରା କଡା ସୁରକ୍ଷା ବଳୟ ମଧ୍ଯରେ ଚାନ୍ଦବାଲି କୋର୍ଟକୁ ଅଣା ଯାଇଥିଲା। ଦୀର୍ଘ ଦେଢମାସ ପରେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞନ ସେଠୀ, ରଞନ ନାୟକ ପ୍ରମୁଖ ଗୋଟିିଏ ଗାଡିରେ ସାଥି ହୋଇ ଆସିଥିବାରୁ ଦୀର୍ଘ ସମୟ ଧରି ଭ୍ଯାନ ମଧ୍ଯରେ ଉଭୟଙ୍କ ମଧ୍ଯରେ ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି।

ପ୍ରଥମେ ପୋଲିସ କୋର୍ଟରେ ଉଭୟଙ୍କୁ ହାଜର କରା ଯାଇଥିବା ବେଳେ କିଛି ସମୟ ପରେ ଚାନ୍ଦବାଲି ଜେଏମ ଏଫସି କୋର୍ଟ ମ୍ଯାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରା ଯାଇଥିଲା। ଏଥିପୂର୍ବରୁ ଏପ୍ରିଲ ୧୩ ତାରିଖରେ ଭିଡିଓ କନଫେରନ୍ସ ଦ୍ବାରା ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସାକ୍ଷୀମାନଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହ ମାନସ ସ୍ବାଇଁଙ୍କୁ ଅପହରଣ ଠାରୁ ଆରମ୍ଭ କରି ହତ୍ଯା ପର୍ଯ୍ଯନ୍ତ ଜବତ ହୋଇଥିବା ସମସ୍ତ ବ୍ଯବହୃତ ସାମଗ୍ରୀ ଚାନ୍ଦବାଲି କୋର୍ଟରେ ମ୍ଯାଜିଷ୍ଟେଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ଦେଖାଇଥିବା ଜଣା ପଡ଼ିଛି। ପ୍ରକାଶ ଥାଉକି, ଅପହରରେ ସମ୍ପୃକ୍ତ ବିବେକ ନାୟକ ଓ ଭାଗ୍ଯଧର ନାୟକଙ୍କୁ କ୍ରାଇମଫ୍ଞ୍ଚ ପଚାରିବା ପାଇଁ ଆବେଦନ କରିଥିଲା। ଯାହାକି ଅଗଷ୍ଟ ୧୬ ତାରିଖକୁ ଅନୁମତି ମିଳିବାରୁ କ୍ରାଇମବ୍ରାଞ୍ଚ ଭଦ୍ରକ ଜେଲରେ ୨ ଜଣଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ଟିଆଇ ପ୍ଯାରେଡ ପାଇଁ ଚାନ୍ଦବାଲି ଜେଏମ ଏଫସି କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ଯ ଭଦ୍ରକ ସିଜିଏମଙ୍କ ପକ୍ଷରୁ ଦିନ ଧ୍ଯାର୍ଯ୍ଯ ହୋଇ ନଥିବାରୁ ତାହା ହୋଇ ପାରିନାହିଁ।

ତେବେ ଆଜି ସମସ୍ତ ଅଭିଯୁକ୍ତ ହାଜର ହେବା ପରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିଲା। ପରେ ସମସ୍ତଙ୍କୁ ପୁନର୍ବାର ଭଦ୍ରକ ସ୍ଵତନ୍ତ୍ର ଉପ କାରାଗାରକୁ ଅଣାଯାଇଥିଲା। ଏନେଇ ଆଜି ଚାନ୍ଦବାଲି କୋର୍ଟ ପରିସରରେ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ତେବେ ଆଜିର ଏହି ଶୁଣାଣି ପ୍ରକ୍ରିୟା ନେଇ ପକ୍ଷ କି ପ୍ରତିପକ୍ଷଙ୍କ ଆଇନ୍ ପରାମର୍ଶଦାତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରା ଯାଇନାହିଁ।  ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |