ଦୋଳସାହି ସରପଞ୍ଚ ପଦବୀ ରଦ୍ଦ ଦାବି ପ୍ରସଙ୍ଗ, ବିଜେପିର ଅଭିଯୋଗ ଭିତ୍ତିହୀନ ଓ ଅପ୍ରାସଙ୍ଗିକ-ବିଜେଡି |

705

କଟକ(ଉତ୍କଳ ନିଉଜ) ୦୫/୦୩/୨୦୨୨ :ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତର ଗତପାଳିରେ ବିଜେଡି ବାଜିମାତ୍ କରିଥିଲା । ବିଜେଡି ସମର୍ଥିତ ସରପଞ୍ଚ ସମିତି ସଭ୍ୟା ମାନେ ଏହି ୫ ବର୍ଷରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଏକ ନିର୍ମଳ ପଞ୍ଚାୟତ ଗଠନ କରି ପଞ୍ଚାୟତବାସୀଙ୍କ ଆସ୍ଥା ଭାଜନ ହୋଇପାରିଥିଲା । ଯାହାର ସୁଫଳ ଚଳିତ ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିଙ୍କ ବିଜୟୀ କରିବାରେ ସକ୍ଷମ ହୋଇପାରିଛି । ସ୍ୱଳ୍ପ ଭୋଟ ବ୍ୟବଧାନରେ ସରପଞ୍ଚ ଗୌରୀଶଙ୍କର ଜେନା ବିଜୟୀ ହୋଇଥିବାରୁ ତାକୁ ବିରୋଧି ବିଜେପି ଅସହ୍ୟ ହୋଇ ନାନା ପ୍ରକାର ଗୁଜବ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଚକ୍ରାନ୍ତ କରୁଛି ତାହା ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଶନିବାର ଅପରାହ୍ନରେ ପୂର୍ବତନ ସରପଞ୍ଚ ମିନତୀଲତା ଦାସଙ୍କ ବାସଭବନରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ମତଦାନ ଠାରୁ ଆରମ୍ଭ କରି ଭୋଟ ଗଣତି ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ନାନାଦି କଟକଣା ମଧ୍ୟରେ ପ୍ରଶାସନିକ ସ୍ତରରେ ସବୁକିଛି ଠିକ୍‌ଠାକ୍ ଚାଲିଥିବା ବେଳେ ଘୋଷଣାର ୫ ଦିନ ପରେ ବିଜେପି ଏହି ସରପଞ୍ଚ ପଦବୀକୁ ରଦ୍ଦ କରି ସାନି ମତଦାନ ପାଇଁ ଯେଉଁ ଦାବି କରିଛି ତାହା ଭିତ୍ତିହୀନ ଓ ଅପ୍ରାସଙ୍ଗିକ ବୋଲି କୁହାଯାଇଛି । ବିଜେପି ପକ୍ଷରୁ ଆଗତ ବେଲଟ ପେପର ବୁଥ୍ ପରିସରରେ ଏଣେତେଣେ ପଡିଥିବା ପ୍ରସଙ୍ଗରେ ବିଜେଡି ମୁହଁ ଖୋଲିଛି । ମତଦାନ ଓ ଭୋଟ ଗଣତି ଉଭୟ ପର୍ଯ୍ୟାୟର ହିସାବ ଠିକ୍ ରହିଥିବା ବେଳେ ବାଟଘାଟରୁ କେଉଁ ବେଲଟ ପେପର ଖୁଣ୍ଟିସାଉଁଣ୍ଟି ଆଣି ବିଦ୍ୟାଳୟରୁ ପାଇଥିବା ଅଭିଯୋଗ ଦର୍ଶାଇବା, ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ଶିକ୍ଷା କର୍ମଚାରୀଙ୍କ ନଜରରେ ଏହି ବେଲଟ ପେପର ନପଡି ସିଧାସଳଖ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥିଙ୍କ ନଜରରେ କେମିତି ପଡିଲା ବୋଲି ପ୍ରଶ୍ନ କରିଛନ୍ତି ।

ପରାଜୟକୁ ସ୍ୱିକାର କରିନପାରି ଅଥବା ଜନମତକୁ ସମ୍ମାନ ନଦେଇ ଏପରି ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିବା ବିଜେପିର ଏକ କପୋଳ କଳ୍ପିତ ଚାଲ ବୋଲି କୁହାଯାଇଛି । ତେବେ ଏସବୁ ଅଭିଯୋଗ ତଦନ୍ତ ସାପେକ୍ଷ ହେବା ଆବଶ୍ୟକ ରହିଛି । ଆମ୍ଭେ ଆଇନ୍‌, ପ୍ରଶାସନ ଓ ଜନମତକୁ ଯଥୋଚିତ ସମ୍ମାନ ଦେଉଛୁ ବୋଲି ଏହି ସମ୍ମିଳନୀରେ ମତପ୍ରକାଶ ପାଇଛି । ପଞ୍ଚାୟତ ସଭାପତି ଅଶୋକ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ମିନତୀଲତା ଦାସ, ନବ ନିର୍ବାଚିତ ଜିଲ୍ଲା ପରିଷଦ ରୁଜାତା ପାଣ୍ଡା, ସରପଞ୍ଚ ଗୌରୀଶଙ୍କର ଜେନା, ପୂର୍ବତନ ସମିତି ସଭ୍ୟ ଦାସରଥି ମହାପାତ୍ର, ଅମର ସେନାପତି, ଅର୍ଜୁନ ଭଟ୍ଟାରାୟ, ଚିତ୍ତରଞ୍ଜନ ଦିକ୍ଷିତ, ବିଜୟ ନାୟକ, ହିମାଂଶୁ ବଳ, ରାଜେନ୍ଦ୍ର ଜେନା, ଶ୍ରୀଧର ନାଥ, ତପନ ଜେନା, ଶରତ ସାହୁ, ଚଗଲା ବିଶ୍ୱାଳ, ସଞ୍ଜୟ ସେନାପତି, ଆନନ୍ଦ ସେଠୀ, ନିରାକାର ବିଶ୍ୱାଳ, ଦିକାକର କୁଅଁର, ପ୍ରହ୍ଲାଦ ମାଝୀ, ଶୁକଦେବ ପତି, ସୀତାକାନ୍ତ ନାଥ ପ୍ରମୁଖ ଉପସ୍ଥିତ ରହି ଘଟଣାକୁ ତିବ୍ର ନିନ୍ଦା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |