ମଙ୍ଗଳବାର ବାସୁଦେବପୁର ବ୍ଲକରେ ହେବ ନିର୍ବାଚନ, ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ।

245

କଟକ(ଉତ୍କଳ ନିଉଜ)୨୧/୦୨/୨୦୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଦିନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଚାଲୁ ରହିଛି। ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିଜ ନିଜର ବୁଥକୁ ଯିବାର ବ୍ଯବସ୍ଥା କରା ଯାଇଛି। ନିର୍ବାଚନୀ କର୍ମକର୍ତ୍ତାମାନେ ଭୋଟ ବାକ୍ସ ଧରି ମତଦାନ କେନ୍ଦ୍ରକୁ ଯାଉଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପ୍ରଶାସନ ସଜାଗ ରହିଛି। ଏହି ବ୍ଲକର ୫ ଟି ଜିଲ୍ଲା ପରିଷଦ ଜୋନ ସମେତ ୩୬ ପଞ୍ଚାୟତର ମୋଟ ୪୮୫ ଟି ମତଦାନ କେନ୍ଦ୍ର ରହିଛି।
ଏହି ବ୍ଲକର ୧ ଲକ୍ଷ ୮୮ ହଜାର ୪୧୩ ଜଣ ଭୋଟରଙ୍କ ମଧ୍ୟରୁ ୯୭ ହଜାର ୪୮୯ ଜଣ ପୁରୁଷ ଓ ୯୦ ହଜାର ୯୧୪ ଜଣ ମହିଳା ଭୋଟର ସେମାନଙ୍କ ମତଦାନ ସାବ୍ଯସ୍ତ କରିବେ। ତେବେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ତେଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଚତୁର୍ଥ ପର୍ଯ୍ୟାୟରେ ମତଦାନ ପୂର୍ବରୁ ଆଜି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଜିଲ୍ଲା ପୁଲିସ ଅଧିକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ କରାଯାଇଛି। ଏହି ବ୍ଲକରେ ୮୦ ଟି ବୁଥ୍ ସମ୍ବେଦନଶୀଳ ଥିବା ବେଳେ ୪୦୫ଟି ବୁଥ୍ ସାମାନ୍ୟ ଥିବା ଚିହ୍ନଟ କରାଯାଇଛି। ସବୁ ସମ୍ବେଦନଶୀଳ ବୁଥରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।  ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।