ଚର୍ଚ୍ଚାରେ ମହରମପୁର, ବିଧାୟକଙ୍କ ବିରୋଧରେ ନାରା ଦେଲେ ବିଦ୍ରୋହୀ ପ୍ରାର୍ଥି |

617

କଟକ(ଉତ୍କଳ ନିଉଜ) ୧୬/୦୨/୨୦୨୨ : ପ୍ରଚାର ସରିବାକୁ ଆଉ ଦୁଇଦିନ ବାକି ଅଛି । ଏତିକି ବେଳେ ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମହରମପୁର ପଞ୍ଚାୟତରେ ବିଜେଡି ବିଦ୍ରୋହୀ ଓ ବିଜେପି ବିଦ୍ରୋହୀଙ୍କ ବାଇକ୍ ରାଲି ଦେଖିବାକୁ ମିଳିଛି । ପଞ୍ଚାୟତରେ ବିଜେଡି ଓ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଉଭୟ ପ୍ରଚାର ଓ ପ୍ରସାରରେ କେହି କାହାଠାରୁ ଊଣା ନାହାଁନ୍ତି । ବୁଧବାର ମଧ୍ୟାହ୍ନରେ ଉଭୟ ବିଜେଡି ଓ ବିଦ୍ରୋହୀ ଏବଂ ବିଜେପି ବିଦ୍ରୋହୀ ପ୍ରାର୍ଥିଙ୍କ ସମାନ୍ତରାଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ବିଧାୟକ ନିଜ ଦଳୀୟ ପ୍ରାର୍ଥିଙ୍କ ପାଇଁ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବେଳେ ଅନ୍ୟପଟେ ବିଦ୍ରୋହୀ ଗୋଷ୍ଠି ଏକ ବିଶାଳ ବାଇକ୍ ରାଲି କରି ବିଧାୟକଙ୍କ ବିରୋଧରେ ନାରା ଦେଇ ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ରଚାର ମୈଦାନ ଆଜି ସରଗରମ ହୋଇଥିବା ବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ପୋଲିସକୁ ପଞ୍ଚାୟତ ସାରା ପଇଁତରା ମାରିବାକୁ ପଡିଥିଲା । ବିଦ୍ରୋହୀ ସରପଞ୍ଚ ପ୍ରାର୍ଥି ତାପସ ବେହେରା ଓ ସମିତି ସଭ୍ୟ ପ୍ରାର୍ଥି ରତିକାନ୍ତ ଦାସ ନିଜର ଶତାଧିକ ଯୁବଗୋଷ୍ଠିଙ୍କୁ ସାଙ୍ଗରେ ଧରି ବାଇକ୍ ରାଲି କରିଥିଲେ । ରାଣିପୁରସ୍ଥିତ ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ କନ୍ଦପୁର, ତରାଶୁଣି, ମହାବୀରସାହି, ମହରମପୁର, ଜେନାସାହି, ବଳସାହି, ମହାଳିକସାହି, ବେହେରାସାହି, ସାଟିବାଟି ଆଦି ଗ୍ରାମ ପରିକ୍ରମା କରିଥିଲା ।

ଯେଉଁମାନେ ସଂଗଠନ ଗଢିଥିଲେ ସେମାନଙ୍କୁ ବିଧାୟକ ଉପେକ୍ଷା କରି ଜଣେ ଦୂର୍ନୀତିଗ୍ରସ୍ଥ ଓ ଭ୍ରଷ୍ଟାଚାରୀଙ୍କୁ ସମର୍ଥନ ଜଣାଇ ସଂଗଠନକୁ ବୁଡେଇ ଦେବା ବିରୋଧରେ ନାରା ଦେଇଥିଲେ । ସ୍ୱାଭିମାନୀ ପଞ୍ଚାୟତବାସୀ ଏହାର ଜବାବ ଭୋଟ ବାକ୍ସରେ ଦେବେ ବୋଲି ବିଷ୍ଣୁ କୁଅଁର, ଅଜୟ ବେହେରା, ଜ୍ୟୋତିପ୍ରକାଶ ଧଳ କାଳନ୍ଦି ବେହେରା, ତ୍ରିଲୋଚନ ବେହେରା, ତପନ ସାହୁ, ଜୟଦୀପ ବେହେରା, ରବିନ୍ଦ୍ର ରାଉତ, ସୁଦାମ ଜେନା, ରମାକାନ୍ତ ରାଉତ ପ୍ରମୁଖ ଶତାଧିକ ବିଦ୍ରୋହୀ ଗୋଷ୍ଠି ଚେତାବନି ଦେଇଥିଲେ । ଠିକ୍ ସେହିପରି ବିଜେପିର ବିଦ୍ରୋହୀ ଗୋଷ୍ଠି ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ତରାଶୁଣି ଥାନପତି ଠାରୁ ବାହାରି ପଞ୍ଚାୟତ ପରିକ୍ରମା କରିଥିଲା । ସରପଞ୍ଚ କରୁଣାକର ମଳିକ ନିଜର ସମର୍ଥକ ସଞ୍ଜୟ ମଳିକ, ହରିଜନ ମୋର୍ଚ୍ଚା ମଣ୍ଡଳ ସଭାପତି ଶଙ୍କର୍ଷଣ ମଳିକ, ଅମୁଲ୍ୟ ରାଉତ, କାଳନ୍ଦି ମଳିକ, ରମେଶ ମଳିକ, ପୂର୍ବତନ ସରପଞ୍ଚ ମାତାଜୀ ମଳିକ, ତ୍ରିଲୋଚନ ବେହେରା, ଅରୁଣ ପୋଥାଳ,

ଖଗେଶ୍ୱର ରାଉତ, ଶାନ୍ତନୁ ମଳିକ, କଳ୍ପନା ରାଉତ, ମୀନତି ମଳିକ, ନାରାୟଣ ମଳିକ, ପୁଷ୍ପଲତା ମଳିକ ଓ କନକ ରାଉତ ପ୍ରମୁଖ ଶତାଧିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦୂର୍ନୀତିଗ୍ରସ୍ଥ ଦଳୀୟ ପ୍ରାର୍ଥିଙ୍କ ବିରୋଧରେ ନାରା ଦେବା ସହ ଏକ ଦୂର୍ନୀତିମୁକ୍ତ ପଞ୍ଚାୟତ ଗଠନ କରିବା ଲକ୍ଷ୍ୟରେ ସେମାନେ ପ୍ରଚାର କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |