ସାଇକେଲ ଚଢି ପ୍ରଚାର କଲେ ପୂର୍ବତନ ବିଧାୟକ ରାଜୁ ଦାସ |

275

କଟକ(ଉତ୍କଳ ନିଉଜ) ୧୬/୦୨/୨୦୨୨ : ରାଜ୍ୟ ସରକାରଙ୍କ ବିକାଶର ଧାରାକୁ ଲୋକଙ୍କ ନିକଟରେ ପହଁଞ୍ଚାଇବା ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଅଭିନବ ପ୍ରୟାସ କରୁଛନ୍ତି । ଯେଉଁ ଅଞ୍ଚଳକୁ ଯାଉଛନ୍ତି ସେଠାରେ ସାଇକେଲ ଚଢି ପ୍ରାର୍ଥି ଓ ସମର୍ଥକଙ୍କ ଆଗେ ଆଗେ ବିଜେଡିର ଦଳୀୟ ଚିହ୍ନ ସହ ବିଶାଳ ପତାକା ଲଗାଇ ବୁଲୁଛନ୍ତି । ଜନଗଣଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ସହିତ ଦଳୀୟ ପ୍ରାର୍ଥିଙ୍କ ନିର୍ବାଚନୀ ସଂକେତ ମଧ୍ୟ କହୁଛନ୍ତି । ଶ୍ରୀ ଦାସଙ୍କ ଏପରି ପ୍ରଚାର ସଂପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆମ୍ଭ ପ୍ରତିନିଧି ଆଜି ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ତାଙ୍କୁ ଭେଟିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ୬ ନମ୍ବର କୋନର ଜିଲା ପରିଷଦ ପ୍ରାର୍ôଥନୀ ରୁଜାତା ପଣ୍ଡା, ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ôଥନୀ ଯଶୋଦା ମଲ୍ଲିକ ଓ ସମିତି ସଭ୍ୟ ପ୍ରାର୍ଥୀ ଜୀବନଜ୍ୟୋତି ପଲାଇଙ୍କ ସହ ପୂର୍ବତନ ସମିତି ସଭ୍ୟ ନବକିଶୋର ମଲ୍ଲିକ, ପୂର୍ବତନ ସରପଞ୍ଚ ଜଗନ୍ନାଥ ମଲ୍ଲିକ,

ପଞ୍ଚାୟତ ସଭାପତି ପ୍ରଶାନ୍ତ ପଲେଇ, ଯୁବ ସଭାପତି ସତ୍ୟଜିତ୍ ପଲେଇ, ତାପସ ଦାସ, ସରୋଜ ଦାସ, ବାବାଜୀ ଦାସ, ପ୍ରଶାନ୍ତ ପଲେଇ, ଭରତ ସାହୁ, ବିଜୟ ବାରିକ, ଭରତ ଦାସ, ଅମିୟ ରଞ୍ଜନ ମଲ୍ଲିକ, ଧିରେନ୍ଦ୍ର ମଲ୍ଲିକ, ଅଜୟ ମଲ୍ଲିକ, ରମାକାନ୍ତ ବେହେରା, କନକଲତା ବେହେରା, ଦୁଷ୍ମନ୍ତ ଦାସ, ମଞ୍ଜୁଲତା ବାରିକ, ସୁନି ବାରିକ ଓ ଜୟନ୍ତୀ ଦାସ ପ୍ରମୁଖଙ୍କ ପ୍ରଚାର କରୁଥିଲେ । ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଣୟନ କରୁଥିବା ସହିତ ବିକାଶ ଧାରାକୁ ଜାରି ରଖିବା ପାଇଁ ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ବିଜେଡି କ୍ଷମତାକୁ ଆସିଲେ ଲୋକମାନଙ୍କର ସେବା କରିବା ସହିତ ସରକାରଙ୍କ ସମସ୍ତ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |