ମଙ୍ଗଳପୁରର ସ୍ୱାଭିମାନ ପାଇଁ ପ୍ରଚାର ମୈଦାନକୁ ଉହ୍ଲାଇଲେ ଗୀତିକାର ପଞ୍ଚାନନ |

441

କଟକ(ଉତ୍କଳ ନିଉଜ)୧୫/୦୨/୨୦୨୨ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତର ସ୍ୱାଭିମାନ ପାଇଁ ପ୍ରଚାର ମୈଦାନକୁ ଉହ୍ଲାଇଛନ୍ତି ଓଡିଶାର ସୁନାମଧନ୍ୟ ଗୀତିକାର ପଞ୍ଚାନନ ନାୟକ । ନିଜ ଭିଟାମାଟି ମଙ୍ଗଳପୁର ଗାଁର ଆରାଧ୍ୟ ଦେବୀ ମା’ମଙ୍ଗଳାଙ୍କ ପୀଠରେ ଶ୍ରାଷ୍ଠାଙ୍ଗ ପ୍ରଣିପାତ କରି ମଙ୍ଗଳବାର ଠାରୁ ଏହି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ପୁଷ୍ପିତା ବଳ ଓ ସମିତି ସଭ୍ୟା ପ୍ରାର୍ଥିନୀ ରମାମଣି ମଳିକଙ୍କୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ସେ ପ୍ରଚାରର ମଙ୍ଗ ଧରିଛନ୍ତି । ଅବହେଳିତ ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ସହ ଏହାର ରୂପରଙ୍ଗଙ୍କୁ ବଦଳେଇବାକୁ ସେ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି । ୨୦୧୭ ମସିହାରୁ ଏହି ପଞ୍ଚାୟତ ଏକ ନୂତନ ପଞ୍ଚାୟତ ଭାବେ ଗଠିତ ହୋଇଥିଲେ ହେଁ ଆଶାନୁରୁପ ବିକାଶ ହୋଇନଥିବା ବେଳେ ପଞ୍ଚାୟତ ପାଇଁ ସର୍ବନିମ୍ନ ଆବଶ୍ୟକତା ସ୍ଥାୟୀ କାର୍ଯ୍ୟାଳୟଟିଏ ନିର୍ମାଣ ହୋଇପାରିଲା ନାହିଁ । ମଙ୍ଗଳପୁର ନାମରେ ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ଗାଁର ବିଭିନ୍ନ ସରକାରୀ ଅନୁଷ୍ଠାନ ଏବେବି ଅନ୍ୟ ଗାଁରେ ରହିଛି । ମୋ ଗାଁ ନାଆଁରେ ନାମିତ ସେବା ସମବାୟ ସମିତି କାର୍ଯ୍ୟାଳୟ କୋହ୍ଲରେ କାର୍ଯ୍ୟ କରୁଥିବା ବେଳେ ପୋଷ୍ଟ ଅଫିସ ମଧ୍ୟ କମାରିଆରେ ରହିଛି । ସେହିପରି ଅଙ୍ଗନୱାଡି ଗୃହଟିଏ ନାହିଁ । ଗାଁର ଅବହେଳିତ ନିଷ୍ପେସିତ ଗରିବ ଖଟିଖିଆ ଲୋକଙ୍କ ହକ୍ ପାଇଁ ଆମର ଏହି ଲଢେଇା ବୋଲି କହିଥିଲେ । ସରକାରୀ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନାହିଁ, କେତେକ ଏକାଧିକ ଗୃହ ପାଉଥିବା ବେଳେ ବହୁ ହିତାଧିକାରୀ ଏଥିରୁ ବଞ୍ôଚତ ଅଛନ୍ତି ।

ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖି ଯୋଜନାକୁ ଦଳମତ ନିର୍ବିଶେଷରେ ସମସ୍ତ ପଞ୍ଚାୟତବାସୀଙ୍କ ପହଁଞ୍ଚାଇବା ସହ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଆମେ ପ୍ରାଥମିକତା ଦେବୁ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ସମିତି ସଭ୍ୟ ବୁଧିରାମ ସେଠୀ, ସରୋଜ ମହାନ୍ତି, ନଳିନୀ ମହାନ୍ତି, ବିଜୟ ବଳ, ଜୀବନ ବଳ, ପବିତ୍ର ଗୋଚ୍ଛାୟତ, କୈଳାସ ବେହେରା, ସୁବାଶ ସେଠୀ, ଧୁଶାସନ ପରିଡା, ଖଗେଶ୍ୱର ମଳିକ, ଆଦିତ୍ୟ ନାୟକ, ଦଶରଥ ମଳିକ, ବୈଲୋଚନ ପଣ୍ଡା, ନିର୍ମଳ ଦାସ, ଅକ୍ଷୟ ପୁହାଣ, କମଳାକାନ୍ତ ବଳ ଓ ପଞ୍ଚନନ ଦାସ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |