ପଦଯାତ୍ରାରେ ମୁକୁନ୍ଦପୁରରେ ବିଜେପିର ଶକ୍ତି ପ୍ରଦର୍ଶନ, ବିଜେଡି ସମର୍ଥିତ ଓ ବିଦ୍ରୋହୀ ଗୋଷ୍ଠିଙ୍କୁ କଡ୍ଡା ଟକ୍କର ଦେବାକୁ ତୟାର |

302

କଟକ(ଉତ୍କଳ ନିଉଜ )୧୩/୦୨/୨୦୨୨ : ଚଳିତ ନିର୍ବାଚନରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଳକ ମୁକୁନ୍ଦପୁର ପଞ୍ଚାୟତରେ ରାଜନୈତିକ ପାଣିପାଗ ବେଶ ପ୍ରଭାବିତ ହେବା ସହିତ ଓଲଟି ଯିବାର ସମ୍ଭାବନା ଦେଖା ଦେଇଛି । ବିଜେଡିର ଗଡ ପାଲଟିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଏବର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିଜ ପଞ୍ଚାୟତରେ ବିଜେଡିର ବିଭାଜନ ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ଏହି ବିଭାଜନ ଦଳ ପାଇଁ ବୁମେରାଂ ହେବା ସହ ଗଡ ଦଖଲରେ ରୋକ ଲାଗିବା ଭଳି ସମ୍ଭାବନା ସୃଷ୍ଟି ହୋଇଛି । ବିଜେଡି ଗୋଷ୍ଠି କନ୍ଦଳରୁ ଫାଇଦା ନେଇ ବିଜେପି ନିଜର ଶକ୍ତି ବୃଦ୍ଧି କରିବା ସହ ପଞ୍ଚାୟତକୁ ଦଖଲ କରିବାକୁ ସଜବାଜ ହୋଇ ସାରିଛି । ରବିବାର ଦିନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥି ଏବଂ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ତରଫରୁ କରାଯାଇଥିବା ବିଶାଳ ପଦଯାତ୍ରା ରାଜନୈତିକ ସମୀକ୍ଷକଙ୍କ ଅଙ୍କକୁ ଓଲଟ ପାଲଟ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ମୁକୁନ୍ଦପୁର ପଞ୍ଚାୟତଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହେବା ପରେ ନିର୍ବାଚନ ମାହୋଲ ସେମିତି ସରଗରମ ହେବନାହିଁ ବୋଲି ସମସ୍ତେ ଆଶା କରିଥିଲେ । ହେଲେ ଏହି ଆଶା ଓ ଆଶଙ୍କାକୁ ପଛରେ ପକାଇ ପଞ୍ଚାୟତରେ ଏବେ ମାହୋଲ ପୁରା ସରଗରମ ହେବା ସହ ସର୍ବାଧିକ ବ୍ୟୟବହୁଳ ନିର୍ବାଚନ ହେଉଥିବା ଚର୍ଚ୍ଚା ଚାଲିଛି । ବିଜେଡିର ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ବିରୋଧ କରି ବିଦ୍ରୋହୀ ଗୋଷ୍ଠି ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରତିଦ୍ୱନ୍ଦିତାରେ ଅଛନ୍ତି । ବିଦ୍ରୋହୀ ଗୋଷ୍ଠି ପୂର୍ବରୁ ବାଇକ ରାଲି ଓ ଶୋଭାଯାତ୍ରା ମଧ୍ୟରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ରବିବାର ବିଜେପି ଦମଦାର ପ୍ରଚାର ସମସ୍ତଙ୍କ ନିଦ ହଜେଇ ଦେଇଛି । ଯାହା ବିଜେପିର ଶକ୍ତି ପ୍ରଦର୍ଶନ କରିଥିବା ଜଣାଯାଇଛି । ସ୍ୱତଃପ୍ରବୃତ ହୋଇ ପଞ୍ଚାୟତର କିଏ ଯୁବତୀ କିଏ ମହିଳା ଉକ୍ତ ପ୍ରଚାରରେ ସାମିଲ ହୋଇଥିଲେ । ଏହି ପ୍ରଚାର ଜରିଆରେ ବିଜେଡିର ଉଭୟ ସମର୍ଥିତ ଓ ବିଦ୍ରୋହୀ ଗୋଷ୍ଠି ସରକାରୀ ଅର୍ଥ ଆତ୍ମସାତ କରିବାରେ ସିଦ୍ଧହସ୍ତ ଥିଲେ ।

ମାତ୍ର ପ୍ରାର୍ଥି ଚୟନରେ ଅଙ୍କ ଭୁଲ ହୋଇଥିବା ଦର୍ଶାଇ ବିଦ୍ରୋହୀ ଗୋଷ୍ଠି ପ୍ରାର୍ଥି ଦେବାକୁ ବାଧ୍ୟ ହୋଇଛି ଯାହା ଫଳରେ ବିଜେଡିର ଭୋଟ ବିଭାଜନ ହେବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ ଏବଂ ସେଥିରେ ବିଜେପି ଫାଇଦା ନେବ ବୋଲି ରାଜନୈତିକ ସମିକ୍ଷକମାନେ ମତପ୍ରକାଶ କରିଲେଣି । ଜିଲ୍ଲା ପରିଷଦ ପ୍ରାର୍ôଥନୀ ଝରଣା ଯେନାଙ୍କ ସମେତ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ରେବତୀ ମହାଳିକ, ସମିତି ସଭ୍ୟ ପ୍ରାର୍ଥୀ ଶୁକଦେବ ମଳିକ, ବିଜେପି ଯୁବମୋର୍ଚ୍ଚା ଆଇଟି ସେଲ ରାଜ୍ୟ ସଂଯୋଜକକ ସୁରଜ ସୂର୍ଯ୍ୟବଂଶୀ, ଉବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଉମାକାନ୍ତ ଦାସ, ପ୍ରଦୋଷ ସ୍ୱାଇଁ, ରତିକାନ୍ତ ଦାସ, ସୌନ୍ଦର୍ଯ୍ୟ ଦତ୍ତ, ଅଜିତାଭ ସ୍ୱାଇଁ, କୈଳାସ ବେହେରା, କାହ୍ନୁ ବେହେରା, ସଞ୍ଜୟ ମହାଳିକ ଓ ନାରୀନେତ୍ରୀ ରୀନା ସ୍ୱାଇଁ ପ୍ରମୁଖ ବହୁ ଆଗଧାଡିର କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଉଭୟ ବିଜେଡି ଓ ବିଦ୍ରୋହୀ ପଞ୍ଚାୟତକୁ ଦୂର୍ନୀତିର ପାହାଡ ଉପରେ ଛିଡା କରିଥିବା ବେଳେ ଏବେ କ୍ଷମତା ପାଇଁ ବିଭାଜନ ହୋଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଏହି ଦୂର୍ନୀତିଗ୍ରସ୍ତ ନେତା ଓ ସମର୍ଥକଙ୍କୁ ପଞ୍ଚାୟତ ବାସୀ ଭଲଭାବେ ଚିହ୍ନି ସାରିଛନ୍ତି । ଏଥିପାଇଁ ପରିବର୍ତ୍ତନର ନାରା ଦେଇ ଶହଶହ ମହିଳା ଓ ପୁରୁଷ ସ୍ୱତଃ ପ୍ରବୃତ ଭାବେ ପଦଯାତ୍ରାରେ ସାମିଲ ହୋଇଥିବା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରୋଦଷ କୁମାର ସ୍ୱାଇଁ କହିଛନ୍ତି । ସମିତି ସଭ୍ୟ ପ୍ରାର୍ଥି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ ଏହି ପଞ୍ଚାୟତରୁ ପ୍ରତିଦ୍ୱନ୍ଦିତା କରୁଥିବାରୁ ସେ ବିଜୟୀ ହେଲେ ଯଦି ଦଳ ପଞ୍ଚାୟତ ସମିତି ଦଖଲ କରେ ମୁକୁନ୍ଦପୁରକୁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି କହିବା ସହ ଦୂର୍ନୀତିଗ୍ରସ୍ଥଙ୍କୁ ହଟାଇ ଏକ ସ୍ୱଚ୍ଛ ପଞ୍ଚାୟତ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିବ ବୋଲି ପ୍ରତିକ୍ରିୟରେ କହିଥିଲେ । ତିହିଡିରେ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |